କେନ୍ଦ୍ରାପଡ଼ା, ୨୮/୧୦/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ସାହାସପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି – ୨୦୨୨ ଅନୁଷ୍ଠିତ ହୋଇଯାଇଛି । ସି.ଆର.ସି.ସି. ପ୍ରଦିପ କୁମାର ଖଟୁଆଙ୍କ ସଂଯୋଜନା ଏବଂ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ରାଉଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମଣ୍ଡଳ ଶିକ୍ଷା ଅଧିକାରୀ ପାବନୀ କୁମାର ରାଉତ, ମୁଖ୍ୟବକ୍ତା ଭାବେ କଂସାର ସରପଂଚ ସରୋଜିନି ନାୟକ, ସମ୍ମାନୀତ ଅତିଥି ଭାବେ ଓସ୍ତପୁର ସରପଂଚ ପ୍ରସନ୍ନ କୁମାର ରାଉତ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବର ଉଦଘାଟନ କରିଥିଲେ । ଶିକ୍ଷକ ଚିତରଞ୍ଜନ ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ । ଏଥିରେ ୧୧ଟି ବିଦ୍ୟାଳୟର ୧୪୦ଜଣ ଛାତ୍ରଛାତ୍ରୀ ୧୫ଟି ବିଭାଗର ବିଭିନ୍ନ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ । ଅପରାହ୍ନରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ପ୍ରଧାନ ଶିକ୍ଷକ ଶ୍ରୀ ରାଉଳ ସଭାପତିତ୍ୱ କରିଥିବା ବେଳେ ଅତିଥି ଭାବରେ ସରପଂଚ ଶ୍ରୀମତୀ ନାୟକ, ପୁରାତନ ଛାତ୍ରସଂସଦର ସଭାପତି ଫକିର ଚରଣ ଖଟୁଆ, ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ ରବୀନ୍ଦ୍ରନାଥ ପଣ୍ଡା, ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ସତ୍ୟଭାମା ପରିଡା, ବିଜୟ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଦୀପକ ବେହେରା, ଜୀତେନ୍ଦ୍ର ତ୍ରିପାଠୀ, କୈଳାସ ଚନ୍ଦ୍ର ରାଉତ, ଶାରଦା ପ୍ରସାଦ ପରିଡା, ସନ୍ତୋଷ କୁମାର ଜେନା, ପିଥ ମୁର୍ମୁ, ମନୋରଞ୍ଜନ ମହାପାତ୍ର, ହିମାଂଶୁ ଦାସ, ଶିକ୍ଷୟିତ୍ରୀ କାକୁଲି ମଲ୍ଲିକ, ବିଷ୍ଣୁପ୍ରିୟା ପତ୍ରୀ, ରୋଜାଲିନ ଖଟୁଆ, ସବିତା ରାଉତରାୟ, ଶୁଭଲକ୍ଷ୍ମୀ ପତ୍ରୀ, ମାଧବୀ ରାଉତ, କଂସାର-ସାହାସପୁର ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀମାନେ ପରିଚାଳନା କରିଥିଲେ ।