Monday , June 5 2023
Breaking News
Home / ବିଶେଷ / ସପ୍ତାହ ବ୍ୟାପି ଶ୍ରୀ ବଳଦେବ କ୍ଷେତ୍ର ପରିକ୍ରମା –

ସପ୍ତାହ ବ୍ୟାପି ଶ୍ରୀ ବଳଦେବ କ୍ଷେତ୍ର ପରିକ୍ରମା –

ବିଶ୍ୱ ଶାନ୍ତି ପାଇଁ ପ୍ରାର୍ଥନା – –

ଗରଦପୁର, ଗରଦପୁର, ୨୭/୧୦/୨୦୨୨(ଓଡ଼ିଶା ସମାଚାର)- ପଦ୍ମଶ୍ରୀ ବାବା ବଳିଆଙ୍କ  ମାର୍ଗ ଦର୍ଶନରେ ଆଜି ଠାରୁ ସପ୍ତାହ ବ୍ୟାପି ଶ୍ରୀ ବଳଦେବ କ୍ଷେତ୍ର ପରିକ୍ରମା ଆରମ୍ଭ ହୋଇଛି । କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ର ଅଧିପତି ଶ୍ରୀ ସୁଦ୍ଧ ବଳଦେବ ଜୀଉଙ୍କ ଠାରୁ ଆଜ୍ଞାମାଳ ଆସି ଅରିଲୋସ୍ଥିତ ଶିଶୁ ଅନନ୍ତ ଆଶ୍ରମରେ ପହଂଚିବା ପରେ ସେଠାରୁ ଏହି ପରିକ୍ରମା ଆରମ୍ଭ ହୋଇଥିଲା । ଏହି ଆଜ୍ଞାମାଳ ନେଇ ପଦ୍ମଶ୍ରୀ ବାବା ବଳିଆଙ୍କ ପଟ ଶିଷ୍ୟ ଡ଼ ସ୍ୱାମୀ ଚିଦାନନ୍ଦ ବ୍ରହ୍ମଚାରୀଙ୍କ  ନେତୃତ୍ୱରେ ଏକ ଆଧ୍ୟାତ୍ମିକ ଟିମ୍ ଆଜି ପୂର୍ବାହ୍ନରେ ଗରଦପୁର ରଥ ଦାଣ୍ଡରେ ଥିବା ଶ୍ରୀ ବଳଦେବ ଜୀଉ ଙ୍କ ମନ୍ଦିର ରେ ପହଂଚିଥିଲେ । ଶ୍ରୀ ଉଦୟକୁମାର ନାଥ , ପ୍ରଶନ୍ନ ଗ୍ରାହାଚାର୍ଯ୍ୟ, ଅଭୟ ନାୟକ ଙ୍କ ସମେତ ବଙ୍ଗାରୀ ସଂକୀର୍ତନ କଳାକାର ମାନେ ଏହି ପରିକ୍ରମା ଦଳଙ୍କୁ ଏକ ଶୋଭା ଯାତ୍ରାରେ ମନ୍ଦିରକୁ ପାଛୋଟି ଆଣିଥିଲେ । ମନ୍ଦିର ବେଢ଼ା ପରିକ୍ରମା କରାଯାଇ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା । ଏହି ଅବସରରେ ସ୍ୱାମୀ ଚିଦାନନ୍ଦ ବାବା ବଳିଆଙ୍କ ର ଏହି ପରିକ୍ରମା ରେ ଥିବା ଲକ୍ଷ ଓ ଉଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ବିଶେଷକରି ଶ୍ରୀ ବଳଦେବ ଏକାଧାରରେ କୃଷି, ଶିଳ୍ପ ଓ ସଂଗ୍ରାମର ପ୍ରତୀକ । ସେଥିପାଇଁ ଏ ସଂସାରକୁ ସବୁଜୀମାରେ ଭରିଦେବା ସହିତ ଯୁଦ୍ଧ ମୟ ପୃଥିବୀରେ ଶାନ୍ତି ପ୍ରତିଷ୍ଠା ପାଇଁ ଶ୍ରୀ ବଳଦେବ ଙ୍କୁ ପ୍ରାର୍ଥନା କରିବା ଏହି ପରିକ୍ରମାର ମୁଖ୍ୟ ଉଦେଶ୍ୟ ବୋଲି ସ୍ୱାମୀ ଚିଦାନନ୍ଦ କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନୃସିଂହ ସାହୁ,  ଦୁଖିଶ୍ୟାମ ସେନାପତି,ଗୌରାଙ୍ଗ ଚରଣ ପରିଡ଼ା, ନବାବ କୁମାର ପଣ୍ଡା, ନବଘନ ନାୟକ, ଶୁଭମ୍ ପାଣି ,ଦ୍ୱାରିକା ନାଥ ସେନାପତି , ଅନାମ ପଣ୍ଡା, ଦେବ କୁମାର ପାଣି ପ୍ରମୁଖ ସାମିଲ ହୋଇଥିଲେ । ଏହି ପରିକ୍ରମା ଏଠାରୁ ଗୋପିନାଥପୁର ଅଭିମୁଖେ ଯାତ୍ରା କରିଥିଲା ।

 ଉଲେଖନୀୟ ଏହିକି ସାରା ଓଡ଼ିଶା ର ସମସ୍ତ ବଳଦେବ ଜୀଉ ପିଠକୁ ଏହି ପରିକ୍ରମା ଆଜି ଠାରୁ ଆରମ୍ଭ ହୋଇଛି, ଯାହା ସପ୍ତାହେ ଧରି ଚାଲିବ

Leave a Reply

Your email address will not be published.