Wednesday , May 31 2023
Home / ଶିକ୍ଷା / ମଣ୍ଡଳର ସ୍ତରୀୟ ଶିଶୁ ମହୋତ୍ସବ: ସୁରଭି ୨୦୨୨ ଅନୁଷ୍ଠିତ

ମଣ୍ଡଳର ସ୍ତରୀୟ ଶିଶୁ ମହୋତ୍ସବ: ସୁରଭି ୨୦୨୨ ଅନୁଷ୍ଠିତ

ନିରାକାରପୁର/ଟାଙ୍ଗୀ, ୨୭ /୧୦/୨୦୨୨(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ୧୧ କ୍ଲଷ୍ଟର ୨୪ ଜଣ ଲେଖାଏଁ ବଛା ବଛା ୨୬୪ ଜଣ ଛାତ୍ରଛାତ୍ରୀମାନଙ୍କୁ ନେଇ ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୨ ଟାଙ୍ଗୀ ବ୍ଲକ ମୁକ୍ତେଶ୍ଵରଦେବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କ ଅନ୍ତର୍ନିହିତ ଗୁଣ ର ବିକାଶ ହୋଇ ପାରିବ ବୋଲି ଉପସ୍ଥିତ ବିଶିଷ୍ଟ ଅତିଥିମାନେ ମତବ୍ୟକ୍ତ କରିଥିଲେ। ପ୍ରଧାନ ଶିକ୍ଷୟତ୍ରୀ ଲିପଶା ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ବ୍ଲକ ଅଧ୍ୟକ୍ଷା ରିଶ୍ନା ମାନଧାତା, ମୁଖ୍ୟ ବକ୍ତା ଭାବେ ଏବିଓ/ଗୋଷ୍ଠୀ ଶିକ୍ଷା ଅଧିକାରୀ ସାବିତ୍ରୀ ସାହୁ , ସମ୍ମାନୀତ ଅତିଥିଭାବେ, ପୂର୍ବତନ ବିଆରସିସି ଶ୍ରୀଯୁକ୍ତ ଦେବଦତ୍ତ ମହାପାତ୍ର, ସରପଂଚ ସୁଜିତ୍ ହାଲଦାର୍, ଏବି ଓ ଯମୁନା ରାଣୀ ହେମ୍ରମ, ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସଲିଳ ସ୍ୱାଇଁ, ସମ୍ପାଦକ ସନ୍ତୋଷ ବେହେରା ଓ ସମିତି ସଭ୍ୟଙ୍କ ପ୍ରତିନିଧି ସୁକାନ୍ତ ରାଉତ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଏହି ସଭାକୁ ଶିକ୍ଷକ ନିଲାଦ୍ରି ସିଂହ ଓ ବିଜୟ ସେଠୀ ପରିଚାଳନା କରିଥିବାବେଳେ ସିଆରସିସି ଅମିତ୍ ଚକ୍ରବର୍ତ୍ତୀ, ପ୍ରସନ୍ନ ମଙ୍ଗରାଜ, ବଳଭଦ୍ର ସେଠୀ, ପ୍ରସନ୍ନ ପାଇକରାୟ, ପ୍ରଶାନ୍ତ ବେହେରା, ପଞ୍ଚାନନ ଭୂଜୁବଳ,ପ୍ରଶାନ୍ତ ମହାପାତ୍ର, ସପନ ସର୍ଦ୍ଦାର, କାହୁଁ ବେହେରା, ବିଜୟାନନ୍ଦ ସାହୁ ଓ ଲଳିତ ନାରାୟଣ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ। ସମୁଦାୟ ୧୭ ଟି ପ୍ରତିଯୋଗିତା ରେ ଛାତ୍ରଛାତ୍ରୀ ଭାଗ ନେଇ ଥିଲେ।

Leave a Reply

Your email address will not be published.