ଭୁବନ ୨୭/୧୦/୨୦୨୨(ଓଡ଼ିଶା ସମାଚାର)-ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ତଥା ଲୋକାଭିମୁଖୀକାର୍ଯ୍ୟକ୍ରମ ଓ ଯୋଜନାକୁ ପ୍ରତି ଘରେ ଘରେ ପହଁଚାଇବା ଉଦ୍ଧେଶ୍ୟରେ ଅକ୍ଟୋବର ୨ ରୁ ନଭେମ୍ବର ୨ ପର୍ଯ୍ୟନ୍ତ ଜନସଂପର୍କ ପଦଯାତ୍ରା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ ଓ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଙ୍କ ପରାମର୍ଶ କ୍ରମେ ଭୁବନ ବ୍ଲକ ବିଜେଡି ତରଫରୁ ମଠକରଗୋଳା ପଂଚାୟତ ରେ ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବ୍ଲକ ବିଜେଡି ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ରମେଶ ଚନ୍ଦ୍ର ସାହୁ ଙ୍କ ନେତୃତ୍ୱରେ ଅନୁଷ୍ଠିତ ପଦଯାତ୍ରାରେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟଅତିଥି ଭାବେ ଯେଗଦେଇଥିବା ବେଳେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ , ମଠକରଗୋଳା ର
ପୂର୍ବତନ ସରପଂଚ ଅଭିମନ୍ୟୁ ବେହେରା , ନିରଂଜନ ବେହେରା , ସମିତିସଭ୍ୟା ସନ୍ଧ୍ୟାରାଣୀ ନାୟକ , ଦିଘି ସରପଂଚ ପ୍ରବୋଧ ଦାସ , ଜିରାଳ ସରପଂଚ ଉଦୟ ଲେଙ୍କା ,ବିଜେଡି ନେତା ସୁଧାକର ସାହୁ , ଅମୁଲ୍ୟ ଦ୍ୱିବେଦୀ , ମାୟାଧର ପଣ୍ଡା.ପ୍ରମୋଦ ସାହୁ , ଭାସ୍କର ସ୍ୱାଇଁ , ତିଳୋତମା ଚୌଧୁରୀ ,ମାମାଲି ମିଶ୍ର , ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ସୁଭଦ୍ରା ପାତ୍ର ପ୍ରମୁଖ ଙ୍କ ସମେତ ଶତାଧିକ ବିଜେଡି କର୍ମୀ ଜନସଂପର୍କ ପଦଯାତ୍ରାରେ ସାମିଲ ହୋଇ ମଠକରଗୋଳା ,ଟାଙ୍ଗରପଡା , ଓରିଙ୍ଗା ,ବାଲିସାହି ପ୍ରଭୃତି ଗ୍ରାମ ପରିକ୍ରମା କରି ଲୋକଙ୍କ ସମସ୍ୟା ବୁଝିବା ସହିତ ନବୀନ ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ଲୋକଙ୍କୁ ଅବଗତ କରାଇଥିଲେ ।