Wednesday , May 31 2023
Home / ବିଶେଷ / ବିଦେଶରେ ସମ୍ବର୍ଦ୍ଧିତ ହେଲେ ଓଡ଼ିଆ

ବିଦେଶରେ ସମ୍ବର୍ଦ୍ଧିତ ହେଲେ ଓଡ଼ିଆ

ଭୁବନେଶ୍ୱର, ୨୭/୧୦/୨୦୨୨ (ଓଡ଼ିଶା ସମାଚାର)- ନେଦରଲ୍ୟାଣ୍ଡର ଆମଷ୍ଟରଡ଼ାମ୍ ରେ ପ୍ରବାସୀ ଓଡ଼ିଆ ଏବଂ ସ୍ଥାନୀୟ ଅଧିବାସୀଙ୍କ ଦ୍ୱାରା ଦୀପାବଳୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁମ୍ବାଇ ଓଡ଼ିଆ ମହାସଂଘର ସଭାପତି ଡ. ବିପିନ ବିହାରୀ ମିଶ୍ର ଓ ତାଙ୍କ ପତ୍ନୀ ଡ. ସୁକାନ୍ତୀ ମିଶ୍ର ଅତିଥି ଭାବେ ସାମିଲ୍ ହୋଇଥିଲେ । ଏହି ଅବସରରେ ଦୁହିଁଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ମୁମ୍ବାଇକୁ କର୍କଟ ରୋଗ ଚିକିତ୍ସା ପାଇଁ ଆସୁଥିବା ଓଡ଼ିଆଙ୍କୁ ସହଯୋଗ କରିବା ଓ ପରିବେଶ ନିମନ୍ତେ ସର୍ମପଣ ପାଇଁ ଏହି ସମ୍ବର୍ଦ୍ଧନା କରାଯାଇଥିଲା । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ଆଶିଷ ସାହୁ, ଅରୁଣା ସାହୁ, ଅଜିତ ଗିରି, ଶକ୍ତି ନିବେଦିତା, ତୁଷାର, ଅଞ୍ଜୁ, ରିତେ, ଅପେକ୍ଷା, ଶିବାନୀ ମିଶ୍ର, ଆଦିତି ପ୍ରମୁଖ ସାମିଲ୍ ହୋଇଥିଲେ ।

Leave a Reply

Your email address will not be published.