ଗରଦପୁର, ୨୭/୧୦/୨୦୨୨(ଓଡ଼ିଶା ସମାଚାର)- ପରମ୍ପରା ଅନୁଯାୟୀ ଏବେ ପବିତ୍ର କାର୍ତିକ ମାସ ଚାଲୁଥିବାରୁ ଗାଁ ଦାଣ୍ଡରେ ଚକୁଳିଆ ପଣ୍ଡାଙ୍କୁ ଦେଖିବାକୁ ମିଳୁଛି । ଏହି ଅବସରରେ ଆଜି ପାଟକୁରା ଗ୍ରାମ ରେ ସାହି ସାହି ବୁଲି ଗାଁ ଦାଣ୍ଡରେ ଚକୁଳିଆ ପଣ୍ଡାଙ୍କୁ ଦେଖିବାକୁ ମିଳିଥିଲା । ପୁରୀ ସାକ୍ଷୀ ଗୋପାଳରୁ ଗୋବିନ୍ଦ ଚନ୍ଦ୍ର ଦାସ ନାମକ ବୟସ୍କ ଚକୁଳିଆ ପଣ୍ଡା ମୁଣ୍ଡରେ ତାଳପତ୍ରର ଛତା ଧରି ଗାଁ ଦାଣ୍ଡରେ ଯାଉଥିଲେ । ତାଙ୍କ ପାଖରେ ଏକ ଦଣ୍ଡ ଥିଲା , ଅନ୍ୟ ଏକ ହାତରେ ପିତଳର ଭିକ୍ଷା ପାତ୍ର ଧରି ଧର୍ମ ବାଣୀ ନିଜ ପାଟିରେ ଉଚ୍ଚାଟ କରି ଗାଁ ଦାଣ୍ଡରେ ଯାଉଥିବାବେଳେ ପ୍ରତି ଘରର ମହିଳା ମାନେ ପାତ୍ରରେ ଚାଉଳ, ପରିବା ଓ ପଇସା ଭିକ୍ଷା ଆକାରରେ ଚକୁଳିଆ ପଣ୍ଡାଙ୍କ ଦାନ ପତ୍ରରେ ଦେଇ ପ୍ରଣତି ହେଉଥିଲେ । ଉଲେଖନୀୟ ଏହକି ଚକୁଳିଆ ପଣ୍ଡା ସାଧାରଣତ ବର୍ଷର କେବଳ ଧର୍ମ ମାସ ବୈଶାଖ ଓ କାର୍ତିକରେ ଗ୍ରାମ ପରିକ୍ରମା କରିବା ଦେଖାଯାଇଥାଏ ।