Sunday , May 28 2023
Breaking News
Home / ବିଶେଷ / ଦିବ୍ୟ ଦେବାଳୟ କାର୍ଯ୍ୟକ୍ରମର ଶୁଭାରମ୍ଭ

ଦିବ୍ୟ ଦେବାଳୟ କାର୍ଯ୍ୟକ୍ରମର ଶୁଭାରମ୍ଭ

କେନ୍ଦ୍ରାପଡ଼ା, ୨୭/୧୦/୨୦୨୨(ଓଡ଼ିଶା ସମାଚାର)- ସାମାଜିକ ଅନୁଷ୍ଠାନ “ଜୟ ରାଷ୍ଟ” ପକ୍ଷରୁ ସ୍ଥାନୀୟ କୋରୋ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ‘ଦିବ୍ୟ ଦେବାଳୟ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ଶଲ୍ୟ ବିଷେଶଜ୍ଞ ଡା. ବିରେନ୍ଦ୍ର କୁମାର ଦାଶ ଏବଂ ଡିଏଭି ପବ୍ଲିକ ସ୍କୁଲ୍ ଅଧ୍ୟକ୍ଷ ରଞ୍ଜନ କୁମାର ବିଶ୍ୱାଳ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ଅଧୀନରେ ‘ଜୟ ରଷ୍ଟ୍ର’ ପକ୍ଷରୁ ପ୍ରତି ସପ୍ତାହରେ ମଠ ଓ ମନ୍ଦିର ପରିସରକୁ ପରିଷ୍କାର ପରିଚ୍ଛନ୍ନ କରାଯିବା ସହ ଦେବାଳୟ ପରିସରରେ ସ୍ୱଚ୍ଛତା ରକ୍ଷା ଦିଗରେ ସ୍ଥାନୀୟ ଅଂଚଳରେ ଜନସଚେତନତା ସୃଷ୍ଟି କରାଯିବ । ଗୁରୁବାର ଅନୁଷ୍ଠାନ ପକ୍ଷରୁ ଶ୍ରୀଜଗନ୍ନାଥ ମନ୍ଦିର ପରିସର ସଫେଇ କରାଯିବା ସହ ଏନେଇ ସଚେତନତା ପୋଷ୍ଟର ବିତରଣ କରାଯାଇଥିଲା । ପଲିଥିନରେ ପୂଜା ସାମଗ୍ରୀ ନଆଣିବା, ମନ୍ଦିର ପରିସରରେ ନିଶାସେବନ ନକରିବା ସହ ନିଜ ଅଂଚଳରେ ଥିବା ଦେବାଳୟର ପରିଚ୍ଛନ୍ନତା ଦାୟିତ୍ୱ ମିଳିତ ଭାବେ ନେବାପାଇଁ  ଅନୁଷ୍ଠାନ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଥିଲା । ଏହି କାର୍ଯ୍ୟକ୍ରମକୁ ମଳୟ ସାହୁ ଓ ରଶ୍ମି ରଞ୍ଜନ ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ ।

Leave a Reply

Your email address will not be published.