Sunday , May 28 2023
Breaking News
Home / ବିଶେଷ / ଗୋଷ୍ଠୀ   ସ୍ୱାସ୍ଥ୍ୟ କେନ୍ଦ୍ର ପଛପଟରୁ ଗଳିତ ଶବ ଉଦ୍ଧାର

ଗୋଷ୍ଠୀ   ସ୍ୱାସ୍ଥ୍ୟ କେନ୍ଦ୍ର ପଛପଟରୁ ଗଳିତ ଶବ ଉଦ୍ଧାର

ଭୁବନ ୨୭/୧୦/୨୦୨୨(ଓଡ଼ିଶା ସମାଚାର)-ଭୁବନ ବ୍ଲକ ଅନ୍ତର୍ଗତ ବାରୁଆଁ (ବି) ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପଛପଟରୁ ଭୁବନ ପୋଲିସ ଏକ ଗଳିତ ଶବ ଉଦ୍ଧାର କରିଛି । ମୃତକ ଜଣକ ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଅନ୍ତର୍ଗତ କନ୍ତୋର ଗ୍ରାମର ମୂଳ ବାସିନ୍ଦା ମଦନ ନାଏକ ଙ୍କ ପୁତ୍ର ବସନ୍ତ ନାଏକ (୫୮) । ସେ ଏବେ ସପରିବାର ଭୁବନ ଥାନା ଅନ୍ତର୍ଗତ ଚମ୍ପାନାଳିଆ ଗ୍ରାମରେ ରହୁଥିଲେ ବୋଲି ଜଣାପଡିଛି । ମୃତ ବ୍ୟକ୍ତି ବସନ୍ତ ଙ୍କୁ କେହି ହତ୍ୟା କରି ପ୍ରମାଣ ନଷ୍ଟ ପାଇଁ ନିଆଁ ଲଗାଇ ଦେଇଛି ବୋଲି ଅନୁମାନ କରାଯାଉଛି । ଏ ସଂପର୍କରେ ଖବର ପାଇ ଏକଜ୍ୟୁକୁଟିଭ ମାଜିଷ୍ଟ୍ରେଟ ଡ.ରୋଜାଲିନ ବେହେରା ଙ୍କ ଉପସ୍ଥିତିରେ  ଭୁବନ ଥାନା ଆଇ ଆଇ ସି ସୌଭାଗ୍ୟ କୁମାର ସ୍ୱାଇଁ ଓ ସାଇଣି୍ଟଫିକ ଟିମ୍ ତଦନ୍ତ କରୁଛନ୍ତି । ଭୁବନ ଥାନାରେ କେଶ ନଂ ୨୫ /୨୦୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଛି ।

Leave a Reply

Your email address will not be published.