Monday , June 5 2023
Breaking News
Home / ବିଶେଷ / କହ୍ନେଇଲାଲ ଜୀଉଙ୍କ ଗୋବର୍ଦ୍ଧନ ପୂଜା      

କହ୍ନେଇଲାଲ ଜୀଉଙ୍କ ଗୋବର୍ଦ୍ଧନ ପୂଜା      

ଗରଦପୁର, ୨୭/୧୦/୨୦୨୨(ଓଡ଼ିଶା ସମାଚାର)- ପାଟକୁରାସ୍ଥିତ ଶ୍ରୀ କହ୍ନେଇଲାଲ ଜୀଉଙ୍କ ମଠରେ ଗତକାଲି ଗୋବର୍ଦ୍ଧନ ପୂଜା ଅନୁଷ୍ଟିତ ହୋଇଯାଇଛି । ପାରମ୍ପାରିକ ଭାବରେ ଅନୁଷ୍ଠିତ ଏହି ପୂଜା  ଉତ୍ସବରେ ଶ୍ରୀ କହ୍ନେଇଲାଲ ଜୀଉଙ୍କୁ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯିବା ସହିତ ଅନନ୍ତଶୟନଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ଏହି ଅବସରରେ ମନ୍ଦିର ପରିସରରେ ହୋମଯଜ୍ଞ,ନାମଯଜ୍ଞ ଆଦି  କରାଯିବା ସହିତ ବୈଦିକ ପଣ୍ଡିତମାନଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇଥିଲା । ଅନୁଷ୍ଠିତ ଏହି ପୂଜା ଉତ୍ସବରେ ସ୍ଥାନିୟ ଅଂଚଳରୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁମାନେ ଯୋଗ ଦେଇଥିଲେ । ପୂଜା ପୂର୍ବରୁ ସ୍ଥାନୀୟ ଅଂଚଳର ଶ୍ରଦ୍ଧାଳୁମାନେ ଚିତ୍ରୋତ୍ପଳା ନଦୀରୁ କଳସ ବୁଡାଇ ଶୋଭାଯାତ୍ରାରେ ମନ୍ଦିର ପର୍ଯ୍ୟନ୍ତ ଆସିଥିଲେ । ସନ୍ଧ୍ୟାରେ ରାଜ୍ୟ ବିଜେଡି କାର୍ଯ୍ୟକାରିଣୀ ସଦସ୍ୟ ସଜ୍ଞୟ କୁମାର ଅଗ୍ରୱାଲ,ସମାଜସେବୀ ଭଗବାନ ଜେନା, ପାଟକୁରାର ପୂର୍ବତନ ସରପଂଚ ସୂର୍ଯ୍ୟମଣୀ ସେଠୀ,ଗରଦପୁର ବ୍ଲକ ବିଜେଡି ସଭାପତି  ଶଶିକାନ୍ତ ପରିଡା,ମହିଳା ବିଜୁ ଜନତା ଦଳର ରାଜ୍ୟ ଉପ-ସଭାନେତ୍ରୀ ମଞ୍ଜୁବାଳା ଜେନା ପ୍ରମୁଖ ବହୁ ଶ୍ରଦ୍ଧାଳୁମାନେ ଯୋଗ ଦେଇଥିଲେ । ମନ୍ଦିର ପରିଚାଳନା କମିଟି ପକ୍ଷରୁ ପରିଚାଳନା ଟ୍ରଷ୍ଟି ରମେଶ ଚନ୍ଦ୍ର ସାମନ୍ତ ସିଂହାର,ବଲ୍ଲଭ କୁମାର ନନ୍ଦୀ,ଭାଷ୍କର ଚନ୍ଦ୍ର ପାଣି,ବଲ୍ଲଭ ନନ୍ଦି,ବଲ୍ଲଭ କୁମାର ବେହେରା, ଶରତ ଚନ୍ଦ୍ର ମିଶ୍ର,ପ୍ରଦୀପ୍ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ପାରମ୍ପାରିକ ବାର୍ଷିକ ପୂଜା ଉତ୍ସବ କେଉଁ କେତେ କାଳରୁ କରାଯାଇ ଆସୁଛି ,ତାହା ସଠିକ୍ ଭାବରେ କହି ହେବ ନାହିଁ ବୋଲି ମନ୍ଦିର ଟ୍ରଷ୍ଟି ବଲ୍ଲଭ କୁମାର ନନ୍ଦି ସୂଚନା ଦେଇଛନ୍ତି ।

Leave a Reply

Your email address will not be published.