ନିରାକାରପୁର,୨୭ /୧୦/୨୦୨୨(ଓଡ଼ିଶା ସମାଚାର)- ଗତ ୨୪ତାରିଖ ପବିତ୍ର ଦୀପାବଳିପର୍ବ ରାତିରେ ଖୋର୍ଦ୍ଧାଜିଲା ହଜ ପଂଚାୟତ ଜଂକିଆ ଥାନା ସିକୋ ଫାଣ୍ଡିଅନ୍ତର୍ଗତ କଲରାଝର ଗ୍ରାମରେ ଘଟିଥିବା ଅଗ୍ନିକାଣ୍ଡରେ କେବଳ ପିନ୍ଧି ଥିବାଲୁଗାକୁ ଛାଡି ସଂପୂର୍ଣ କ୍ଷତିଗ୍ରସ୍ତ ଅଗ୍ନି ବିପନ୍ନ ଙ୍କ ନିକଟରେ ସ୍ଥାନୀୟ ସରପଂଚ ଦମୟନ୍ତୀ ସାମନ୍ତରାୟ ଓ ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ ପହଁଚି ସହାୟତା ପ୍ରଦାନ କରିଛନ୍ତି।
ସରପଂଚ ଜଣପିଛା ୫ହଜାର ଟଂକା ସହ ଖାଦ୍ୟ ପ୍ୟାକେଟ ନୂତ ନବସ୍ତ୍ର ଯୋଗାଇଦେଇଥିବା ବେଳେ ବିଧାୟକ ଜଣପିଛା ଅଢେଇ ହଜାର ଟଂକା, ଲୁଗାପଟା, ରାସନ୍ ସାମଗ୍ରୀ ଯୋଗାଇଦେବା ସହ ତୁରନ୍ତ ଏହାର ତଦନ୍ତ କରି ସମସ୍ତ ସରକାରୀ ସହାୟତାସହ ଆବାସ ଯୋଜନାରେ ପ୍ରତ୍ୟେକ ଅଗ୍ନି ବିପନ୍ନକୁ ତୁରନ୍ତ ଘର ଯୋଗାଇଦେବାକୁ ବ୍ଲକ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି।