Saturday , June 10 2023
Breaking News
Home / ବିଶେଷ / ଓଳସିଂହ ଠାରେ ଚାଲିଥିବା ବେଆଇନ ଖଣିରେ ପୋଲିସର ଚଢାଉ –

ଓଳସିଂହ ଠାରେ ଚାଲିଥିବା ବେଆଇନ ଖଣିରେ ପୋଲିସର ଚଢାଉ –

୨ଟି ପଥର ବୋଝେଇ ଗାଡି ସମେତ ୨ଡ୍ରାଇଭର ଗିରଫ –

ନିରାକାରପୁର, ୨୭ /୧୦/୨୦୨୨(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶ କ୍ରମେ ବେଆଇନ ପଥର ଖଣିରେ କିଛିଦିନ ହେବ ଲଗାତର ଭାବରେ ପୋଲିସ ର ଜୋରଦାର ଚଢ଼ାଉ। ଜଂକିଆ ଥାନା ଅନ୍ତର୍ଗତ ଓଳସିଂହ ଅଂଚଳରେ ଚାଲୁଥିବା ବେଆଇନ ମାଙ୍କଡା ପଥର ଚୋରାଚାଲାଣ ହେଉଥିବା ଅଭିଯୋଗ ହୋଇ ଆସୁଥିଲା। ଜଂକିଆ ପୋଲିସ ପକ୍ଷରୁ ବେଆଇନ ଖଣିରେ ଆଜି ଅତର୍କିତ ଚଢ଼ାଉ ହୋଇଛି। ଓଳସିଂହ ଅଂଚଳରେ ଚାଲୂଥିବା ବେଆଇନ ଖଣିରେ ଚଢ଼ାଉ କରିଥିବା ବେଳେ ମାଫିଆମାନେ ଗାଡିଛାଡି ଦେଇଛନ୍ତି ଛତ୍ରଭଙ୍ଗ। ପୋଲିସ ଖଣିରୁ ୨ଟି ମାଙ୍କଡା ପଥର ବୋଝେଇ ଗାଡି ଜବତ କରି ୨ ଜଣ ଡ୍ରାଇଭର ଙ୍କୁ ଗିରଫ କରିଛି।ଗାଡି ଓ ଡ୍ରାଇଭର ନାମରେ ଦୁଇଟି ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି।ଗିରଫ ଡ୍ରାଇଭର ଦୁଇଜଣ ହେଲେ ଜଂକିଆ ଥାନା ସରପାରୀ ଗ୍ରାମର ପ୍ରଭାକର ସାହୁ ,ଚୈାଦ୍ୱ।ର ଅଂଚଳର ବାବୁଦାଶ। ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।ଆଗକୁ ବେଆଇନ ଚାଲୁଥିବା ଖଣିରେ ଚଢାଉ ଜୋରଦାର କରାଯିବ ବୋଲି ସୂଚନା ଦେଇଛନ୍ତି ଜଂକିଆ ପୋଲିସ ପକ୍ଷରୁ ସୂଚନା ମିଳିଛି।

Leave a Reply

Your email address will not be published.