Wednesday , May 31 2023
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ୨୮ ଅକ୍ଟୋବର ୨୦୨୨ ରେ ଆରମ୍ଭ ହେବ ୩ ଦିନିଆ ଓଡିଶା ଟ୍ରାଭେଲ ବଜାର

୨୮ ଅକ୍ଟୋବର ୨୦୨୨ ରେ ଆରମ୍ଭ ହେବ ୩ ଦିନିଆ ଓଡିଶା ଟ୍ରାଭେଲ ବଜାର

ଉଦଘାଟନ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଅଂଶଗ୍ରହଣ କରିବେ ୨୫ ବିଦେଶୀ ଟୁର୍ ଅପରେଟର ଏବଂ ୮୩ ଘରୋଇ ଟୁର୍ ଅପରେଟର

ଭୁବନେଶ୍ୱର, ୨୬/୧୦/୨୦୨୨ (ଓଡ଼ିଶା ସମାଚାର)- ୨୬ ଅକ୍ଟୋବର ୨୦୨୨:ସମଗ୍ର ଭାରତରେ ତଥା ଆନ୍ତର୍ଜାତୀୟ ସ୍ତରରେ ଓଡିଶା ପର୍ଯ୍ୟଟନର ଯଶ ବୃଦ୍ଧି କରିବା ନିମନ୍ତେଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (FICCI)ର ମିଳିତ ଆନୁକୁଲ୍ୟରେ ଓଡିଶା ଟ୍ରାଭେଲ ବଜାର (OTB)ର ଚତୁର୍ଥ ସଂସ୍କରଣ  ୨୮ ରୁ ୩୦ ଅକ୍ଟୋବର ୨୦୨୨ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବ । ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ଫ୍ଲାଗସିପ୍ ପ୍ରଦର୍ଶନୀକୁ ୨୮ ଅକ୍ଟୋବର ୨୦୨୨ ରେ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି  ।

ଭାରତ ତଥା ଆନ୍ତର୍ଜାତୀୟ ବଜାରରେ ଓଡିଶାର ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ପ୍ରଚାର ଓ ପ୍ରସାର କରିବାଓଡିଶା ଟ୍ରାଭେଲ ବଜାରର ମୂଳ ଉଦ୍ଧେଶ୍ୟ  । ରାଜ୍ୟର ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ଓଡିଶାକୁ ବିଶ୍ୱ ମାନ୍ୟତାର ଏକ ବିବିଧ ପର୍ଯ୍ୟଟନ କ୍ଷେତ୍ର ଭାବରେ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ଏହି ଦିଗରେ ଯୋଜନାପ୍ରସ୍ତୁତ କରୁଛନ୍ତି ।

ଏହି କାର୍ଯ୍ୟକ୍ରମରେ ଘରୋଇ ଟୁର୍ ଅପରେଟର୍ସ (DTOs) ଏବଂ ବିଦେଶୀ ଟୁର୍ ଅପରେଟର୍ସ (FTOs)ଙ୍କ ସହିତ ପର୍ଯ୍ୟଟନ ବିଭାଗ ଓ ଓଡ଼ିଶାର ବିଭିନ୍ନ ଟୁର ଅପରେଟର, ହୋଟେଲିୟରଙ୍କ ମଧ୍ୟରେ B2B ଓ B2G meetings ଉପରେ ଧ୍ୟାନ ଦିଆଯିବ  । ଏହା ସହିତ ଓଡିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ପରିଚିତ କରିବା ପାଇଁ ପର୍ଯ୍ୟଟନ ସ୍ଥଳୀ ଭ୍ରମଣର ବ୍ୟବସ୍ଥା କରାଯିବ  । ଇଭେଂଟ ସମୟରେ ନିବେଶକ ଏବଂ ଏୟାରଲାଇନ୍ସ ଅପରେଟର୍ସ ସହିତ B2G ମିଟିଂ ମଧ୍ୟ ଯୋଜନା କରାଯାଇଛି  । ଦେଶ ଓ ବିଦେଶର ବିକ୍ରେତାମାନେ ଏହି ୩ ଦିନିଆ ପ୍ରଦର୍ଶନୀରେ ସେମାନଙ୍କ ପର୍ଯ୍ୟଟନ ସମ୍ବନ୍ଧିୟ ଉତ୍ପାଦ ପ୍ରଦର୍ଶନ କରିବାର ସୁଯୋଗ ପାଇବେ ଯାହା ଭୁବନେଶ୍ୱରର ସ୍ୱସ୍ଥି ପ୍ରିମିୟ ହୋଟେଲ ଠାରେ ଅନୁଷ୍ଠିତ ହେବ  ।

ବାଂଲାଦେଶ, ଇଣ୍ଡୋନେସିଆ, ମାଲେସିଆ, ନେପାଳ, ସିଙ୍ଗାପୁର, ତାଞ୍ଜାନିଆ, ଥାଇଲ୍ୟାଣ୍ଡ ଏବଂ ଭିଏତନାମ ଭଳି ଦେଶରୁ ପ୍ରାୟ ୨୫ ଟି ବିଦେଶୀ ଟୁର୍ ଅପରେଟର ଓଡିଶା ଟ୍ରାଭେଲ ବଜାରର ୪ର୍ଥ ସଂସ୍କରଣରେ ଅଂଶଗ୍ରହଣ କରିବେ । ସେହିଭଳି ଐରଙ୍ଗାବାଦ, ବାଙ୍ଗାଲୋର, ଭୋପାଳ, ଚଣ୍ଡିଗଡ଼, ଚନ୍ଦ୍ରପୁର, ଚେନ୍ନାଇ, ଦେହରାଦୁନ୍, ଗୌହାଟି, ହାଇଦ୍ରାବାଦ, ଜୟପୁର, କୋଚି, କୋଲକାତା, ଲୁଧିଆନା, ମଙ୍ଗଳାଗିରି, ମୁମ୍ବାଇ, ନାଗପୁର, ନାସିକ୍, ନୂଆଦିଲ୍ଲୀ ଓ ଏନସିଆର, ପଞ୍ଜିମ, ପୁଣେ, ରାୟପୁର, ରୋହତକ, ସିଲିଗୁରୀ, ସୁରେନ୍ଦ୍ରନଗର, ଥିରୁବନନ୍ତପୁରମ୍, ବାରାଣାସୀ ଏବଂ ବିଶାଖାପାଟନମ୍ ଭଳି ସ୍ଥାନମାନଙ୍କର ଟୁର ଅପରେଟରମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ।

ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱରର ହୋଟେଲ ମେଫେୟାର ଲାଗୁନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ଓଡ଼ିଶାର ମାନ୍ୟବର ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଏବଂ ଅବକାରୀମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର ଗଣମାଧ୍ୟମ ସହ ଆଲୋଚନା କରି ଓଡ଼ିଶାକୁ ପର୍ଯ୍ୟଟକଙ୍କ ଆଗମନ ବଢାଇବା ପାଇଁ ପର୍ଯ୍ୟଟନ ବିଭାଗ ଦ୍ୱାରା କରାଯାଉଥିବା ପ୍ରୟାସ ତଥା ରାଜ୍ୟର ଅନ୍ୱେଷିତ ଗନ୍ତବ୍ୟ ସ୍ଥଳକୁ ଲୋକପ୍ରିୟ କରିବା ପାଇଁ ଭ୍ରମଣ ଏବଂ ପର୍ଯ୍ୟଟନ ଶିଳ୍ପର ସକ୍ରିୟ ସହଭାଗୀତାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ  ।

ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ପର୍ଯ୍ୟଟନ ବିଭାଗର ନିର୍ଦ୍ଧେଶକ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ, ପର୍ଯ୍ୟଟନ ବିଭାଗର ଓ.ଏସ.ଡ଼ି ଶ୍ରୀ ଅଂଶୁମାନ ରଥ, ଶ୍ରୀ ଜେ.କେ ମହାନ୍ତି, ସହକାରୀ ଚେୟାରମ୍ୟାନ୍, FICCI, ପର୍ଯ୍ୟଟନ ଏବଂ ଆତିଥ୍ୟ କମିଟି ଏବଂ ସିଏମଡି, ସ୍ୱସ୍ତୀ ଗୃପ ଅଫ ହୋଟେଲସ ଗଣମାଧ୍ୟମ କର୍ମକର୍ତାଙ୍କୁ ସମ୍ବୋଧିତ କରି ପର୍ଯ୍ୟଟନ ତଥା ପର୍ଯ୍ୟଟନ ଶିଳ୍ପର ହିତାଧିକାରୀମାନଙ୍କ ସହ ଯୋଗାଯୋଗ କ୍ଷେତ୍ରରେ ଓଡିଶା ଟ୍ରାଭେଲ ବଜାରର ଗୁରୁତ୍ୱ ବିଷୟରେ କହିଥିଲେ । OTB ସମଗ୍ର ବିଶ୍ୱ ତଥା ଘରୋଇ ପର୍ଯ୍ୟଟନ ଶିଳ୍ପର ହିତାଧିକାରୀମାନଙ୍କ ସହିତ ଯୋଗାଯୋଗ କରିବା ପାଇଁ ଏକ ପ୍ଲାଟଫର୍ମ ଯୋଗାଇଥାଏ ଏବଂ ସେମାନଙ୍କୁ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକୁ ଅନୁଭବ କରିବାରେ ସାହାଯ୍ୟ କରିଥାଏ ଯାହାଦ୍ୱାରା ପର୍ଯ୍ୟଟକ ଓ ନିବେଶକ ଓଡ଼ିଶାକୁ ଆସିବା ନିମନ୍ତେ ଆଗଭର ହେବେ  ।

Leave a Reply

Your email address will not be published.