Thursday , June 8 2023
Breaking News
Home / ବିଶେଷ / ସହଯୋଗ ପରିବାର ତରଫରୁ ଅଗ୍ନି ବିପନ୍ନଙ୍କୁ ସହାୟତା

ସହଯୋଗ ପରିବାର ତରଫରୁ ଅଗ୍ନି ବିପନ୍ନଙ୍କୁ ସହାୟତା

ନିରାକାରପୁର,୨୬ /୧୦/୨୦୨୨(ଓଡ଼ିଶା ସମାଚାର)-ଆଜି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସହଯୋଗ ପରିବାର ତରଫରୁ ଖୋର୍ଦ୍ଧା ଜିଲ୍ଲା ହଜ ପଞ୍ଚାୟତ କଲରାଝର ଗ୍ରାମର ଅଗ୍ନି ବିପନ୍ନ ପରିବାରଙ୍କୁ ସହାୟତା ପ୍ରଦାନ କରାଯାଇଛି। ୨୪ ତାରିଖ ରାତିରେ ଅଗ୍ନିକାଣ୍ଡ ଘଟି ଉକ୍ତ ଗ୍ରାମର ୪ ପରିବାର ଘର ସମ୍ପୂର୍ଣ ପୋଡିଯାଇଥିବାବେଳେ ଆସବାବପତ୍ର ସହ ଧାନ ଚାଉଳ, ସମସ୍ତ ଘରକରଣା ଜିନିଷ ପୋଡିଯାଇଛି। ବିପନ୍ନ ପରିବାରଙ୍କୁ ସହଯୋଗ ତରଫରୁ ଚାଉଳ, ଚୁଡ଼ା, ଚିନି, ମୁଢି, ବିସ୍କୁଟ, ପନିପରିବା, ଟୁଥ ବ୍ରସ, କମଳ, ମହମବତୀ ଓ ବାଲଟି, ମଗ ଓ ବାସନକୁସନ,   ଅନ୍ୟାନ୍ୟ ରାସନ୍ ସାମଗ୍ରୀ ପ୍ରଦାନ  କରାଯାଇଛି। ଏହି କାର୍ଯ୍ୟକ୍ରମରେ ସକ୍ରିୟ ସଭ୍ୟ ସମାଜସେବୀ ପ୍ରଣବ ଖାଡଙ୍ଗା, ସ୍ୱାଗତିକା ପାହାଡ଼ ସିଂହ ଓ ଦେବାଶିଷ ବିଶ୍ବଭୂଷଣ ପାହାଡ଼ ସିଂହ, ପ୍ରତ୍ୟୁଷ କୁମାର ସାମନ୍ତରାୟ ,ପ୍ରଭାକର ଜୟସିଂହ, ସାଇ ଶ୍ରୀ ଅନୁରାଗ ,  ସରପଞ୍ଚ ଙ୍କ ପ୍ରତିନିଧି ପୁଲକ ବଡ଼ଜେନା, ସୁଧାକର ରାଉତରାୟ, ବିଦ୍ୟାଧର ବାରିକ, ବାବୁଲା ମହାରଣା ଓ ଶଙ୍କର୍ଷଣ ସାହୁ   ପ୍ରମୁଖ ସହଯୋଗ କରିଥିଲେ। ସହଯୋଗ ପରିବାର ଆବାହକ ହିମାଂଶୁ ଭୁଷଣ ଚମ୍ପତିରାୟ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Leave a Reply

Your email address will not be published.