ଯାଜପୁର, ୨୬/୧୦/୨୦୨୨(ଓଡ଼ିଶା ସମାଚାର)- ଯାଜପୁରର ବିଶିଷ୍ଟ ସମାଜସେବୀ ବିପିନ ବିହାରୀ ନାୟକ ଆକସ୍ମିକ ଭାବେ ତାଙ୍କ ଗ୍ରାମ ଜଗତପୁର ଠାରେ ସାଇକେଲ ଯୋଗେ ଘରକୁ ଆସୁଥିବା ବେଳେ ଡ୍ର¶ର ଧକ୍କାରେ ମୃତୁ୍ୟ ଘଟିଛି । ତାଙ୍କ ଅକାଳ ବିୟୋଗରେ ଯାଜପୁର ବିଧାୟକ ତଥା ବିଜେଡ଼ି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଯାଜପୁର ପୌରପାଳିକାର ଅଧ୍ୟକ୍ଷ ରଞ୍ଜୁଲତା ହୋତା, ଅଶୋକ ଦାସ ଫାଉଣ୍ଡେସନ ସଚିବ ଭବ ପ୍ରସାଦ ଦାସ, ପୁତୁରା ଦେବେନ୍ଦ୍ର ନାୟକ, ଧର୍ମେନ୍ଦ୍ର ନାୟକ, ନାତି ସାମ୍ବାଦିକ ହରିହର ସ୍ୱାଇଁ, ଭରତ ନାୟକ, ଯାଜପୁର ବ୍ଲକ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଆର୍ତତ୍ରାଣ ନାୟକଙ୍କ ସମତେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ପୈତୃକ ଗ୍ରାମ ବେରୁଦା ପଂଚାୟତ ଅନ୍ତର୍ଗତ ଜଗପୁର ଗ୍ରାମରେ ପହଂଚି ଶେଷଦର୍ଶନ କରିଥିଲେ ଓ ଶୋକବାର୍ତା ଦେଇଥିଲେ । ସେ ଜଣେ ମେଳାପୀ, ପରପୋକାରୀ, ସମାଜସେବୀ ଭାବେ ବେଶ ସୁନାମ ରହିଛି । ତାଙ୍କର ବଡ଼ ପୁଅ ବିଶ୍ୱଜରଂନ ନାୟକ ମୁଖାଗ୍ନି ଦେଇଥିଲେ । ତାଙ୍କ ମରଶରୀର ପାଖରେ ଦୁଇ ପୁଅ, ବୋହୂ, ଝିଅ, ଜ୍ୱାଇଁଙ୍କ ସମତେ ହଜାର ହଜାର ଲୋକ ଉପସ୍ଥିତ ଥିଲେ ।