ଯାଜପୁର, ୨୬ /୧୦/୨୦୨୨(ଓଡ଼ିଶା ସମାଚାର/ ସୁରେଶ କର)- ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ କନଫରେନ୍ସ କୋଠରିରେ ବ୍ଲକ ଉନ୍ନୟନ ଅଧିକାରୀ ଅବନୀକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିଶୁଙ୍କ ଅଧିକାର ଓ ସୁରକ୍ଷା କର୍ମଶାଳାରେ ଶିଶୁ ଶ୍ରମିକ,ବାଲ୍ୟବିବାହ,ଡ୍ରପଆଉଟ ସମେତ ଶିଶୁ ଯୌନ ନିର୍ୟାତନା ବିଷୟରେ ଆଲୋଚନା ହୋଇଯାଇଥିଲା। ଆଜିର ଏହି କର୍ମଶାଳା ଆକ୍ସନଏଡ ଜିଲ୍ଲା ସଂଯୋଜକ ସୁରେନ୍ଦ୍ର କୁମାର ଦିଗାଲ ତତ୍ତ୍ବାବଧାନରେ ମୁଖ୍ୟବକ୍ତା ଜଣାଶୁଣା ଶିଶୁ ଅଧିକାର କର୍ମୀ ମଣ୍ଟୁଦାସ ଯୋଗଦେଇ ବାଲ୍ୟବିବାହ ଓ ଶିଶୁଶ୍ରମିକ ରୋକିବା ପାଇଁ ଡ୍ରପଆଉଟ ରୋକିବା ସହ ଅଙ୍ଗନବାଡି କେନ୍ଦ୍ରରେ କାର୍ୟ୍ୟକ୍ରମ କରିବା,ପଞ୍ଚାୟତସ୍ତରୀୟ ଓ ବ୍ଳକସ୍ତରୀୟ ଶିଶୁ ସୁରକ୍ଷା କମିଟି ଗଠନ ଓ କାର୍ୟ୍ୟାକ୍ଷମତା ଉପରେ ଆଲୋକପାତ କରିଥିଲେ।ବ୍ଳକ ବାଲ୍ୟବିବାହ ନିରୋଧୀ ଅଧିକାରଣୀ ସତ୍ୟଭାମା ସାହୁ ଯୋଗଦେଇ ବାଲ୍ୟବିବାହ ଆଇନ ଉପରେ ସଚେତନ କରାଇଥିଲେ। ଆଜିର ଆଲୋଚନାଚକ୍ରରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ମୀନତୀ ରାଉତ ଓ ବ୍ଳକ ଶିକ୍ଷାଧିକାରୀ ସମେତ ବ୍ଳକର ସରପଞ୍ଚ ମାନେ ଯୋଗଦେଇ ନିଜ ନିଜର ମତ ପ୍ରକାଶ କରିଥିଲେ।