Wednesday , May 31 2023
Breaking News
Home / ଶିକ୍ଷା / ବିନା ଛାତ୍ରଛାତ୍ରୀରେ ଆଜି ବିଦ୍ୟାଳୟ ଚାଲିଛି

ବିନା ଛାତ୍ରଛାତ୍ରୀରେ ଆଜି ବିଦ୍ୟାଳୟ ଚାଲିଛି

ଖୋର୍ଦ୍ଧା, ୨୬/୧୦/୨୨(ଓଡିଶା ସମାଚାର/ଦୀପକ ପ୍ରଧାନ) : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଶିକ୍ଷା ସର୍କଲ ବୋଡଗଂରାପାଟଣା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆଜି କୌଣସି ଛାତ୍ରଛାତ୍ରୀ ବିଦ୍ୟାଳୟ ଆସିନଥିବା ଦେଖିବାକୁ ମିଳିଛି। ପ୍ରଧାନ ଶିକ୍ଷକଙ୍କୁ ଦାୟିତ୍ୱ ହସ୍ତାନ୍ତର ଓ ବଦଳି ହୋଇଥିବା ଶିକ୍ଷକ କିଶୋର ଦାଶଙ୍କ ପୁନଃ ନିଯୁକ୍ତି ଦୁଇଟି ଦାବି ନେଇ ସ୍କୁଲ ପରିଚାଳନା କମିଟି, ଅଭିଭାବକ ଓ ଗ୍ରାମବାସୀ ଗତମାସ ଓ ଚଳିତମାସରେ ସ୍କୁଲ ମୁଖ୍ୟ ଫାଟକରେ ତାଲା ପକାଇଥିଲେ। ଚଳିତମାସ ୧୫ ତାରିଖ ସୁଧା ଦୁଇଟି ଦାବି ପୂରଣର ଲିଖିତ ପ୍ରତିଶ୍ରୁତି ବ୍ଳକ ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ଗ୍ର୍ରାମବାସୀଙ୍କୁ ଦିଆଯାଇଥିଲା। ମାତ୍ର ୧୫ ତାରିଖ ସୁଧା କୌଣସି ପଦକ୍ଷେପ ନିଆଯାଇନଥିଲା। ଜିଲ୍ଲା ସହ ଶିକ୍ଷା ଅଧିକାରୀ ଓ ବ୍ଳକ ଶିକ୍ଷା ଅଧିକାରୀ ଦାବି ପୂରଣନକରି ନିରାକାରପୁର ପୋଲିସର ସହାୟତା ନେଇ ୧୪ ଜଣ ଗ୍ରାମବାସୀଙ୍କ ନାମରେ ନିରାକାରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।। ନିରାକାରପୁର ଥାନା ଅଧିକାରିଣୀ ଆନ୍ଦୋଳନରେ ସାମିଲ ଥିବା ୧୪ ଜଣଙ୍କ ବିରୁଦ୍ଧରେ କର୍ୟାନୁଷ୍ଠାନ ହେବ ବୋଲି ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟାଙ୍କ ସ୍ବାମୀକୁ ଥାନାକୁ ଡକାଇ ତାଗିଦ୍ କରିଥିଲେ। ପରେ ୨୨ ତାରିଖରେ ପୋଲିସ ଉପସ୍ଥିତିରେ ଦାୟିତ୍ୱ ହସ୍ତାନ୍ତର ହୋଇଥିଲ।କିନ୍ତୁ ଥାନାରେ ଅଭିଯୋଗକୁ ନେଇ ଗ୍ରାମବାସୀ ଅସନ୍ତୁଷ୍ଟ ହୋଇ ଆଜି ବିଦ୍ୟାଳୟକୁ କୌଣସି ପିଲାମାନଙ୍କୁ ଛାଡିନଥିଲେ। ଏ ନେଇ ପ୍ରଧାନ ଶିକ୍ଷୟିତ୍ରୀ, ବ୍ଳକ ଶିକ୍ଷା ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Leave a Reply

Your email address will not be published.