କଟକ ସଦର, ୨୬ /୧୦/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ରାଜ୍ୟର ପୂର୍ବତନ ଆଡଭୋକେଟ ଜେନେରାଲ (ଏଜି) ଅଶୋକ ମହାନ୍ତିଙ୍କୁ ଚିଟଫଣ୍ଡ ମାମଲାରୁ ଵାଦ୍ ଦେଵାକୁ ତାଙ୍କର ଅପିଲକୁ ହାଇକୋର୍ଟ ଖାରଜ କରିଦେଇ ଥିଵାରୁ ତାଙ୍କୁ ଝଟକା ଲାଗିଛି। ମାମଲାର ନିୟମିତ ଶୁଣାଣୀ କରିଵାକୁ ମଧ୍ୟ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ସୂଚନାଯୋଗ୍ୟ ଯେ ଅର୍ଥତତ୍ୱ (ଏଟି) ଚିଟଫଣ୍ଡ ମାମଲାରେ ସିବିଆଇ ଅଶୋକଙ୍କୁ ୨୦୧୪ ମସିହାରେ ଗିରଫ କରିଥିଲା। ସିବିଆଇ ଦ୍ବାରା ଗିରଫ ହେବା ପରେ ସିଏ ଜାମିନରେ ମୁକୁଳିଥିଲେ। ପରେ ମାମଲାରୁ ପୁରା ଛାଡ ପାଇବା ପାଇଁ ସିବିଆଇ କୋର୍ଟରେ ଅପିଲ କରିଥିଲେ। ତାଙ୍କର ଅପିଲକୁ ସିବିଆଇ କୋର୍ଟ ଖାରଜ କଲା ପରେ ଅଶୋକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହେଲେ ଅଶୋକଙ୍କ ଅପିଲକୁ ମଧ୍ୟ ହାଇକୋର୍ଟ ଖାରଜ କରିଦେଵା ଫଳରେ ତାଙ୍କ ପାଇଁ ଅଡ଼ୁଆ ଵଢିଵା ସମ୍ଭାବନା ଅଧିକ ରହିଛି ।