ଭୁବନ ୨୬/୧୦/୨୦୨୨(ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ ଅନ୍ତର୍ଗତ ଗୁଣ୍ଡୁରାପଶି ଗ୍ରାମର ଡମ୍ବରୁଧର ଭୋଇ ଙ୍କର ଗତ ସୋମବାର ପବିତ୍ର ଦୀପାବଳି ଦିବା ୧୨.୧୫ ମିନିଟ ସମୟରେ ହୃଦଘାତରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା । ଅନ୍ତିମ ଶଯ୍ୟା ନିକଟରେ ତାଙ୍କର ଏକମାତ୍ର ପୁତ୍ର ଭାସ୍କର ଭୋଇ , ପୁତ୍ରବଧୁ ପ୍ରଣତି ଭୋଇ (ବିଦ୍ୟାଧରପୁର ରାଜସ୍ୱ ନିରୀକ୍ଷକ) , ନାତି ,ନାତୁଣି ଓ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ । ସ୍ୱର୍ଗତ ଡମ୍ବରୁଧର ରାଉରକେଲା ବନ୍ଧମୁଣ୍ଡା ଠାରେ ରେଲୱେ ଫିଟର ଭାବେ କାର୍ଯ୍ୟ କରି ଅବସର ଗ୍ରହଣ ପରେ ଗ୍ରାମରେ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସହିତ ଜଡିତ ଥିଲେ । ସ୍ୱର୍ଗତ ଡମ୍ବରୁଧର ଏକାଧାରରେ ଜଣେ ଧର୍ମପରାୟଣ , ପରୋପକାରୀ , ସ୍ନେହୀ ,ଦୟାଳୁ ବ୍ୟକ୍ତି ଥିବାରୁ ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଗଭୀର ଶୋକର ଛାୟା ଖେଲିଯାଇଛି ।