Thursday , June 1 2023
Breaking News
Home / ବିଶେଷ / କାଳୀପୂଜା ପାଇଁ ଭୁବନ,ନୂଆହାଟ,ମଣିପୁର ଉତ୍ସବମୁଖର

କାଳୀପୂଜା ପାଇଁ ଭୁବନ,ନୂଆହାଟ,ମଣିପୁର ଉତ୍ସବମୁଖର

ଭୁବନ,୨୬/୧୦/୨୦୨୨(ଓଡ଼ିଶା ସମାଚାର)- ଶକ୍ତିସ୍ୱରୂପିଣୀ,ଅଭୟଦାୟିନୀ,ଦୁଷ୍ଟନିବାରିଣୀ ମା କାଳୀ ଙ୍କ ଆବାହନ ପାଇଁ ସମଗ୍ର ଭୁବନଅଂଚଳ  ଉତ୍ସବମୁଖର ହୋଇପଡିଛି । ଚଳିତବର୍ଷ  ଭୁବନ କାଳୀବଜାର ପୂଜା ପ୍ରତିଷ୍ଠାନ ୪୩ ବର୍ଷରେ ପଦାର୍ପଣ କରିଥିବା ବେଳେ ସିନେମାହଲ ଛକ ୩୬ ତମ ବାର୍ଷିକ କାଳୀ ପୂଜା ପାଳନ କରୁଛି । ଭୁବନ ବ୍ଲକ ଅନ୍ତର୍ଗତ ମୁର୍ଦ୍ଧଙ୍ଗା ପଂଚାୟତର ନୂଆହାଟ ସ୍ଥିତ ମହାବୀର ବ୍ୟବସାୟୀ ସଂଘ ତରଫରୁ ୩୪ ତମ ବାର୍ଷିକ କାଳୀ ପୂଜା ଅତ୍ୟନ୍ତ ଉସôାହ ଉଦ୍ଧିପନା ଶ୍ରଦ୍ଧା ଭକ୍ତିର ସହ ପାଳନ ହେଉଛି ଓ ଏକତାଳି ପଂଚାୟତ ର ପୁରୁଷୋତମପୁର (ମଣିପୁର) ଗ୍ରାମରେ ୧୭ ତମ ବାର୍ଷିକ କାଳୀପୂଜା ପାଳନ ହେଉଛି ।

କାଳୀବଜାର-୧୯୭୯ ମସିହାରେ ସ୍ୱର୍ଗତ କେଶବ ଚନ୍ଦ୍ର ସାହୁ,ସ୍ୱର୍ଗତ ବେଣୁଧର ପୃଷ୍ଟି ଙ୍କ ଉଦ୍ୟମ ଓ ବ୍ୟବସାୟୀ ଭାଇ ମାନଙ୍କ ସହଯୋଗରେ ପ୍ରଥମେ କାଳୀବଜାର ଠାରେ କାଳୀପୂଜା ଆରମ୍ଭ ହୋଇଥିଲା । କାଳୀବଜାର ବଣିକ ସଂଘ ୨୦୦୪ ମସିହାରେ ରୌପ୍ୟଜୟନ୍ତୀ ପାଳନ କରିଛି । ଚଳିତବର୍ଷ ୪୩ ତମ ବାର୍ଷିକ କାଳୀପୂଜା ପାଳନ ହେଉଛି । ସଭାପତି ସମୀର କୁମାର ସାହୁ ଙ୍କ ନେତୃତ୍ୱରେ  ବଣିକ ସଂଘର ସମସ୍ତ ଭାଇ ମାନଙ୍କ ସହଯୋଗରେ କାଳୀପୂଜା ଅନୁଷ୍ଠିତ ହେଉଛି । ୨୦୦୪ ମସିହା ରୌପ୍ୟଜୟନ୍ତୀ ବର୍ଷଠାରୁ  ପ୍ରତିବର୍ଷ ମା ଙ୍କ ବଡପୂଜାରେ ସାମୁହିକ ପ୍ରସାଦସେବନ କାର୍ଯ୍ୟକ୍ରମ କାଳୀବଜାର ବଣିକ ସଂଘ ର ଏକ ମହାନ ପରମ୍ପରା ତଥା ଭାଇଚାରାର ପ୍ରତୀକ ପାଲଟିଛି । କାଳୀବଜାର ବଣିକ ସଂଘ ତରଫରୁ ଆସନ୍ତା ଶୁକ୍ରବାର ଠାରୁ ରବିବାର ପର୍ଯ୍ୟନ୍ତ ୩ ଦିନିଆ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ସ୍ଥିର ହୋଇଛି ।

ସିନେମାହଲ-୧୯୮୬ ମସିହାରେ  ଭୁବନ ଏନ.ଏ.ସି ଅନ୍ତର୍ଗତ ୧ ନମ୍ବର ବ୍ୱାର୍ଡ ସିନେମାହଲ ନିକଟ ବାସିନ୍ଦା ଙ୍କ ପ୍ରଚେଷ୍ଟାରେ ଙ୍କ  ଆରମ୍ଭ ହୋଇଥିବା  କାଳୀପୂଜା ଚଳିତବର୍ଷ ୩୬ ବର୍ଷରେ ପଦାର୍ପଣ କରିଛି ।  ସଭାପତି ସନ୍ତୋଷ କୁମାର ପୋଥାଳ ଙ୍କ ନେତୃତ୍ୱ  ଓ ସାହିବାସିନ୍ଦା ଙ୍କ  ସହଯୋଗରେ  ପୂଜା ଅନୁଷ୍ଠିତ ହେଉଛି ।

ନୂଆହାଟ- ଭୁବନ ବ୍ଲକ ଅନ୍ତର୍ଗତ ମୁର୍ଦ୍ଧଙ୍ଗା ପଂଚାୟତ ର ନୂଆହାଟ ଠାରେ ମହାବୀର ବ୍ୟବସାୟୀ ସଂଘ ତରଫରୁ ୧୯୮୯ ମସିହାରେ ଆରମ୍ଭ ହୋଇଥିବା କାଳୀପୂଜା ଗତ ୨୦୧୩ ମସିହାରେ ରୌପ୍ୟ ଜୟନ୍ତୀ ପାଳନ କରି ଚଳିତ ବର୍ଷ ୩୪ ବର୍ଷରେ ପଦାର୍ପଣ କରିଛି ।   ଯାତ୍ରାପାର୍ଟି ସହିତ ମୀନାବଜାର,ଉଠାଦୋକାନୀ,ଚାଟ,ଦୋସା,ଦହିବରା , ଆଳୁଦମ,ଠୁଙ୍କାପୁରୀ ଓ ମନୋହରୀ ଦୋକାନ ର ପସରା ମେଲିଛି ।  ସମସ୍ତ ବ୍ୟବସାୟୀ ଭାଇ ମାନେ ସକ୍ରିୟ  ଅଂଶଗ୍ରହଣ ଓ ସହଯୋଗ କରୁଛନ୍ତି ।

ମଣିପୁର-୨୦୦୫ ମସିହାରେ ଭୁବନ ବ୍ଲକ ଅନ୍ତର୍ଗତ ଏକତାଳି ପଂଚାୟତ ର ପୁରୁଷୋତମପୁର ଶାସନ (ମଣିପୁର)ରେ ଗ୍ରାମବାସୀ ଙ୍କ ସହଯୋଗରେ ପ୍ରଥମେ କାଳୀପୂଜା ଆରମ୍ଭ ହୋଇଥିଲା । ଚଳିତବର୍ଷ ୧୭ ତମ ବାର୍ଷିକ ପୂଜା ଅନୁଷ୍ଠିତ ହେଉଛି । ଅତ୍ୟନ୍ତ ଉସôାହ ର ସହ ଗ୍ରାମବାସୀ ପୂଜା ପାଳନ କରୁଛନ୍ତି । ମଣିପୁର ଗ୍ରାମରେ କାଳୀପୂଜା ଗଣପର୍ବର ମାନ୍ୟତା ପାଇଛି । ସେଥିପାଇଁ ସମସ୍ତଙ୍କ ଘରେ କୁଣିଆ ଙ୍କ ଭିଡ ଜମୁଛି । ଆସନ୍ତା ଶନିବାର ମା କାଳୀ ଙ୍କ  ବଡ ପୂଜା ଓ ସାମୁହିକ ପ୍ରସାଦସେବନ ହେବ ବୋଲି ପୂଜା କମିଟି ସୂତ୍ରରୁ ଜଣାପଡିଛି ।

 ଅନୁରୂପ ଭାବେ ଭୁବନ ବ୍ଲକର ମଠକରଗୋଳା ଓ ଜିରାଳରେ ମଧ୍ୟ କାଳୀପୂଜା ଧୁମଧାମରେ ପାଳନ କରାଯାଉଛି ।

Leave a Reply

Your email address will not be published.