ଭୁବନ ୨୬/୧୦/୨୦୨୨(ଓଡ଼ିଶା ସମାଚାର)- ଭୁବନ ସହର ସଂଗଠନ ସଭାପତି ତଥା କାପୁଡିଆ ସମାଜ ରାଜ୍ୟ ସଭାପତି ବାସୁଦେବ ବେହେରା ଓରଫ ବୁଲା ବେହେରା ଙ୍କ ଏକ ଶୋକସଭା ସ୍ଥାନୀୟ ବେହେରା ସାହି ସ୍ଥିତ ବଳଦେବ ଜୀୟୁ ମନ୍ଦିର (ଷାଠିଘର) ଠାରେ ଅନୁଷ୍ଠିତ ହୋଇଯାଇଛି । କାପୁଡିଆ ସମାଜ ରାଜ୍ୟ ସଂଗଠନ ସଂପାଦକ ଅଧ୍ୟାପକ ଦିଲ୍ଲୀପ କୁମାର ଦାସ ଙ୍କ ଅଧ୍ୟକ୍ଷତା ଓ ଯୁବ ନେତା ବିପିନ ବିହାରୀ ଦାସ ଙ୍କ ପରିଚାଳନାରେ ଅନୁଷ୍ଠିତ ଶୋକସଭାରେ ଉପସଭାପତି ଖଗେଶ୍ୱର ନାୟକ , ସଂପାଦକ ବିଦ୍ୟାଧର ବିହାରୀ ,ପୂର୍ବତନ ସଂପାଦକ ପୂର୍ଣ୍ଣଚନ୍ଦ୍ର ବେହେରା ଙ୍କ ସମେତ ବରିଷ୍ଠ ସଭ୍ୟ ଦୁଷ୍ମନ୍ତ କୁମାର ପୃଷ୍ଟି ,ରାମଚନ୍ଦ୍ର ନାୟକ , ସନାତନ ପାତ୍ର , ବାସୁଦେବ ଗୁରୁ , ଭାଗବତ ନାୟକ , ସନ୍ତୋଷ ବିହାରୀ , ନିରଂଜନ ଗୁରୁ , ବ୍ରଜବନ୍ଧୁ ରାଉତ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ବୁଲା ବେହେରା ଭୁବନ ମାଟିର ସୁଯୋଗ୍ୟ ସନ୍ତାନ ତଥା ବରପୁତ୍ର ଥିଲେ ଓ ଭୁବନର ମୁକୁଟ ବିହୀନ ସମ୍ରାଟ ଥିଲେ ।
ତାଙ୍କ ପରଲୋକ ଆମ ଜାତି ପାଇଁ ନୁହେଁ ସମଗ୍ର ଭୁବନ ପାଇଁ ଅପୂରଣୀୟ କ୍ଷତି ବୋଲି ଶୋକବ୍ୟକ୍ତ କରିଥିଲେ । ଏହି ଶୋକସଭାରେ ସମସ୍ତ ୪୦ ଜଣ ବେହେରା ଓ ପରିମାଣିକ ଙ୍କ ସମେତ ଶତାଧିକ ଯୁବକ ଉପସ୍ଥିତ ରହି ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରିଥିଲେ । ଶେଷରେ ନିତ୍ୟାନନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।