Thursday , June 1 2023
Breaking News
Home / ବିଶେଷ / ଉତ୍ସାହର ସହ ହରିହର ଭେଟ: ଆଜିଠାରୁ ରାମଚରିତ ନବାହ୍ନ ପାରାୟଣ

ଉତ୍ସାହର ସହ ହରିହର ଭେଟ: ଆଜିଠାରୁ ରାମଚରିତ ନବାହ୍ନ ପାରାୟଣ

ନିରାକାରପୁର, ୨୬/୧୦/୨୦୨୨(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁରସ୍ଥିତ ରାମଦୟା ପରିଷଦର ୪୦ତମ ବାର୍ଷିକ ଅଧିବେଶନ ଆନୁକୁଲ୍ୟରେ ଅକ୍ଟୋବର୨୬ ତାରିଖରୁ ନଭେମ୍ବର ୪ ତାରଖ ପର୍ଯ୍ୟନ୍ତ ହେବାକୁ ଥିବା ରାମଚରିତ ମାନସ ନବାହ୍ନ ପାରାୟଣ ଅବ୍ୟବହିତପୂର୍ବରୁ ଆଜି ପ୍ରଭୁ ରାମ,ଲକ୍ଷ୍ମଣ ଓ ସୀତାଙ୍କ ବିଗ୍ରହମାନଙ୍କ ଏକ ସୁସଜ୍ଜିତ ବିମାନରେ ଅବସ୍ଥାନ କରାଇ ହରିହର ଭେଟ କାର୍ଯ୍ୟକ୍ରମ ବେଶ ଉତ୍ସାହର ସହ ଭକ୍ତମାନେ କରିଥିଲେ । ତିନି ବିଗ୍ରହ ପ୍ରତିମାକୁ ବିମାନରେ ବସାଇ ଭକ୍ତ ନିରାକାରପୁର ରାମ ମନ୍ଦିର ପରିସରରୁ ବିରାଟ ପଟୁଆରରେ ବଜାର ପରିକ୍ରମା କରାଯାଇଥିଲା । ଏହି ପଟୁଆରରେ ଘଂଟୁଆଙ୍କ ଘଂଟମାଡ଼, ସଂକୀର୍ତନ ମଣ୍ଡଳୀଙ୍କ ମୃଦଙ୍ଗ,ଝାଞ୍ଜରେ ଚତୁର୍ଦିଗ ପ୍ରକମ୍ପିତ ହେଉଥିଲା । ବିଭିନ୍ନ ଆତସବାଜି ପ୍ରଦର୍ଶନ ବେଶ ଉପଭୋଗ୍ୟ ହୋଇଥିଲା । ପରେ ଗ୍ରାମର ଶେଷଭାଗରେ ଥିବା ପ୍ରଭୁ ବାବା ନୀଳକଣ୍ଠେଶ୍ୱର ଦେବଙ୍କ ପ୍ରାଙ୍ଗଣରେ ହରିହରଙ୍କ ଭେଟ ହୋଇଥିଲା । ଏହି କାର୍ଯ୍ୟକ୍ରମ ବେଶ ଆଡ଼ମ୍ବରପୂର୍ଣ୍ଣଭାବେ ଅନୁଷ୍ଠିତ ହୋଇଥିଲା । ୧୦ ଦିନ ବ୍ୟାପୀ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦୈନନ୍ଦିନ ହୋମ,ଯଜ୍ଞ, ନାମସଂକୀର୍ତନ,ସୂର୍ଯ୍ୟପୂଜା ଅନୁଷ୍ଠିତ ହେବା ଥିବାବେଳେ ପ୍ରତ୍ୟହ ସନ୍ଧ୍ୟାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସୁନାମଧନ୍ୟ ପ୍ରବଚକମାନେ ପ୍ରବଚନ ପ୍ରଦାନ କରିବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ଆଜି ରାତିରେ ସ୍ଥାନୀୟ ପୁଷ୍କରଣୀରୁ କଳସରେ ଜଳ ଆଣିବା ପରେ ଘଟ ସ୍ଥାପନ କରାଯାଇଥିଲା ।

Leave a Reply

Your email address will not be published.