ଯାଜପୁର , ୨୫ /୧୦/୨୦୨୨(ଓଡ଼ିଶା ସମାଚାର /ସୁରେଶ କର)- ଯାଜପୁର ଜିଲ୍ଲା ର ଦାନଗଦି ବ୍ଲକ ଧୂଳିଗଡ଼ ଗ୍ରାମପଂଚାୟତ ସୁଆଁଲ ଗ୍ରାମ ର ମା କୁଟେଇ ଶୁଣି ଠାକୁରାଣୀ ଙ୍କ ପାଖରୁ ଶିଶୁ ଅଧିକାର ସୁରକ୍ଷା ମଞ୍ଚ ଦାନଗଦି ପକ୍ଷରୁ ଛୋଟ ଛୋଟ ପିଲା ମାନଙ୍କୁ ନେଇ ଏକ ଶୋଭାଯାତ୍ରା ବାହାରି ସୁଆଁଲ ଅଙ୍ଗନବାଡି କେନ୍ଦ୍ର ପର୍ୟ୍ୟନ୍ତ ଯାଇଥିଲେ ।’ଶିଶୁ ଶ୍ରମିକ ବନ୍ଦ କର , ଶିଶୁଙ୍କୁ ଶିକ୍ଷା ଦିଅ, ଓ ବାଲ୍ୟ ବିବାହ ବନ୍ଦ କରିବା’ ଆଇନ କୁ କଡା କଡ଼ି କର ପ୍ରଭୁତି ନାରା ଦିଆ ଯାଇ ଥିଲା । ସ୍ଵେଚ୍ଛାସେବୀ ସଂଗଠନ ମାନେ ଏହା କୁ ଗୁରୁତ୍ୱ ଦେଲେ ବାଲ୍ୟ ବିବାହ ପ୍ରଥା ବନ୍ଦ ହେବ । ଶିଶୁ ମାନଂକୁ ଶିକ୍ଷା ଦେଲେ ସେମାନେ ଭଲ ମଣିଷ ହେବେ । ଏ ସମ୍ପର୍କ ରେ ଜିଲ୍ଳା ପ୍ରଶାସନ ପକ୍ଷରୁ ବ୍ୟାପକ ଜନସଚେତନତା ସୃଷ୍ଟି କରାଇ ପାରିଲେ ଆଗାମୀ ଦିନରେ ଏହା ର ସୁଫଳ ରୁପାୟନ ହେବ । ଶିଶୁ ସୁରକ୍ଷା ସମସ୍ତ ଙ୍କ କର୍ତଵ୍ୟ । ଏହି କାର୍ୟ୍ୟକ୍ରମ ରେ ଧୂଳିଗଡ ପଞ୍ଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ମାନସ ରଣା , ଶିଶୁଅଧିକାର ସୁରକ୍ଷା ମଞ୍ଚର ସଦସ୍ୟ ବିଜୟ କୁମାର ଦାସ,ବିଶ୍ୱଜିତ ମାଝୀ, ଅଞ୍ଜଳି ପାତ୍ର , ଲକ୍ଷ୍ମୀ ହାଁସଦା, ସୁଦାମ ପୋଇ, ସଂଗୀତା ଭଞ୍ଜ ଓ ଆସ ପେୟାର ର ସମସ୍ତ ସଭ୍ୟ ଓ ଜୀ ପି ସି ଏମ ମୋନାଲିସା ଭଞ୍ଜ ଙ୍କ ସହଯୋଗ ରେ ଏହି ସଚେତନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହି କାର୍ୟ୍ୟକ୍ରମ ରେ ଗ୍ରାମବାସୀ ସହଯୋଗ କରିଥିଲେ ।