ଖୋର୍ଦ୍ଧା,୨୫/୧୦/୨୨(ଓଡିଶା ସମାଚାର/ଦୀପକ ପ୍ରଧାନ) : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ମଙ୍ଗଳାଯୋଡି ରାସ୍ତା ପାର୍ଶ୍ଵ ବିଲରୁ ଜଣେ ଯୁବକ ଙ୍କ ମୃତଦେହ ଉଦ୍ଧାର ହୋଇଛି।ମୃତଦେହ ଉପରେ ବାଇକ ପଡିଥିବାର ଆଜି ସକାଳେ ମଙ୍ଗଳାଯୋଡି ଗ୍ରାମବାସୀ ମାନେ ଦେଖି ଟାଙ୍ଗୀ ପୋଲିସ କୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ଖୋର୍ଦ୍ଧା ମେଡିକାଲ କୁ ପଠାଇ ତଦନ୍ତ ଜାରି ରଖିଛି ।
ମୃତ୍ୟୁ ର କାରଣ ଅସ୍ପଷ୍ଟ ଥିବା ବେଳେ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ର କାରଣ ସ୍ପଷ୍ଟ ହେବ ବୋଲି ସୂଚନା ମିଳୁଛି । ମୃତ ଯୁବକ ଜଣକ ହେଉଛନ୍ତି ମଙ୍ଗଳାଯୋଡି ଗ୍ରାମର ନିହାର ରଂଜନ ଦାସ ବୟସ ୨୪ ।