Monday , June 5 2023
Breaking News
Home / ବିଶେଷ / ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ ଅଭିଯୋଗ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ ଅଭିଯୋଗ

ସାଲେପୁର ୨୫/୧୦/୨୦୨୨(ଓଡ଼ିଶା ସମାଚାର)- ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତକାଲି (ଦୀପାବଳି) ରାତିରେ ସାଲେପୁର ପିକୋଳ ଗାଁରେ ବୋମାମାଡ ହୋଇଥିବା ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଗାଁର ପତିତପାବନ ନାୟକଙ୍କ ଘର ଉପରକୁ ଦୁର୍ବୃତ୍ତ ବୋମାମାଡ କରିଛନ୍ତି । ବୋମାମାଡରେ କାହାର କୌଣସି କ୍ଷୟକ୍ଷତି ହୋଇନି । ତଥାପି ଏନେଇ ସାଲେପୁର ଥାନାରେ ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳକୁ ଯାଇ ଛାନଭିନ୍ କରୁଛି ।

 

Leave a Reply

Your email address will not be published.