Wednesday , May 31 2023
Breaking News
Home / ବିଶେଷ / ପୁରୀ ଶ୍ରୀକ୍ଷେତ୍ରରୁ ପ୍ରତିବର୍ଷ  ଆସୁଛି ନେମାଳ ପୀଠ , ଜଗନ୍ନାଥ ଙ୍କ ପରମ ଭକ୍ତ ବୁଢ଼ା ପାତି ମାଙ୍କଡ଼

ପୁରୀ ଶ୍ରୀକ୍ଷେତ୍ରରୁ ପ୍ରତିବର୍ଷ  ଆସୁଛି ନେମାଳ ପୀଠ , ଜଗନ୍ନାଥ ଙ୍କ ପରମ ଭକ୍ତ ବୁଢ଼ା ପାତି ମାଙ୍କଡ଼

ନିଶ୍ଚିନ୍ତକୋଇଲି, ୨୫ /୧୦/୨୦୨୨ (ଓଡିଶା ସମାଚାର /ଅଭୟ ଜେନା )- ଶ୍ରୀକ୍ଷେତ୍ର ପୁରୀ ରୁ ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ପୀଠ, ନେମାଳ କୁ ବିଭିନ୍ନ ସମୟରେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଦର୍ଶନ ନିମନ୍ତେ ଆସିଥାନ୍ତି । କିନ୍ତୁ ଏଠାରେ ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି । କୁହାଯାଉଛି, ଏକ ବୁଢ଼ା ପାତି ମାଙ୍କଡ ଏହି କାର୍ତ୍ତିକ ପୁଣ୍ୟ  ମାସ ରେ ପୁରୀ ଜଗନ୍ନାଥ ଧାମ ରୁ ସୁଦୂର   କଟକ ଜିଲ୍ଲା ନେମାଳ ଅଚ୍ୟୁତାନନ୍ଦ ଙ୍କ ପୀଠକୁ  ବିଗତ କିଛି ବର୍ଷ ହେବ ଆସୁଛି । ଆଜି  ଚିତ୍ରୋତ୍ପଳା ନଦୀବନ୍ଧ ରେ  ଆସିବା ବାଟରେ ମାଙ୍କଡ କୁ ଲୋକମାନେ ପୁଣ୍ୟ ଅର୍ଜନ ଉଦେଶ୍ୟ ରେ ଖାଇବାକୁ  ବିଭିନ୍ନ ଫଳ ଦେଉଥିବା ଦେଖିବାକୁ ମିଳିଛି । ଠିକ ଏହି ସମୟରେ ମାଙ୍କଡ ଟି ର ଆଗମନ ଯୋଗୁଁ  ସାଧାରଣ ଲୋକେ, ଶ୍ରଦ୍ଧାଳୁ ଓ ଭକ୍ତ ମାନଙ୍କ ମନରେ ଈଶ୍ୱରୀୟ ଭାବନା ସୃଷ୍ଟି କରୁଛି । କିଛି ଲୋକ ଦୂରରେ ରହି ଏହି ଦେବଦୂତ ଙ୍କୁ ଦର୍ଶନ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.