Monday , June 5 2023
Breaking News
Home / ବିଶେଷ / ପିପିଲି ଗୁଳିମାଡ ଘଟଣାରେ ଜଣେ ଅଭିଯୁକ୍ତ ଅଟକ

ପିପିଲି ଗୁଳିମାଡ ଘଟଣାରେ ଜଣେ ଅଭିଯୁକ୍ତ ଅଟକ

ପିପିଲି, ୨୫ /୧୦/୨୦୨୨(ଓଡ଼ିଶା ସମାଚାର)- ଯୁବତୀଙ୍କୁ କମେଣ୍ଟ ମରା ଘଟଣାକୁ କେନ୍ଦ୍ର କରି ପିପିଲିରେ ଦୁଇ ଗୋଷ୍ଠୀ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଉଗ୍ରରୂପ ଧାରଣ କରିଛି। ଦୀପାବଳୀରେ ସ୍ପଷ୍ଟ ଦିବାଲୋକରେ ଉଜାଣିପଡା ଗ୍ରାମର ସନାତନ ପ୍ରଧାନ ଓରଫ ସାନୁ (୩୦)କୁ ଗୁଳିମାଡ ହୋଇଛି। ଗୁରୁତର ଆହତ ଅବସ୍ଥାରେ ପ୍ରଥମେ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ସେଠାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ପରେ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲ୍ ରେ  ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ସୂଚନା ମିଳିଛି। ତାଙ୍କ ଡାହାଣ ଗୋଡର ଜଂଘରେ ଗୁଳି ପଶିଥିବା ସୂଚନା । ଏହାକୁ ନେଇ ପିପିଲିରେ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପିପିଲିରେଅଢେଇ ପ୍ଲାଟୁନ୍ ପୁଲିସ ଫୋର୍ସ ଓ ୫ ଜଣ ଇନିସପେକ୍ଟର ଙ୍କୁ ମୁତୟନ କରାଯାଇଛି। ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ପୁଲିସ ମୂତୟନ ରହିଥିବା ବେଳେ ପୁଲିସ ଗାଡି ସମଗ୍ର ପିପିଲି ପୌରାଞ୍ଚଳରେ ପଇଁତରା ମାରୁଛି । ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆଜି  ପୁରୀ ଏସ୍ ପି ଡକ୍ଟର କନୱର ବିଶାଲ ସିଂହ ପିପିଲି ଥାନାରେ ପହଞ୍ଚି ପରିସ୍ଥିତିର ସମୀକ୍ଷା କରିଛନ୍ତି। ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରିବା  ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି। ଏହି ଗୁଳିକାଣ୍ଡ ଘଟଣାରେ ଜଣେ ଅଭିଯୁକ୍ତକୁ ପୁଲିସ ଅଟକ ରଖି ପଚରାଉଚୁରା କରୁଥିବା ସୂଚନା । ତେବେ ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣାଧିନ ରହିଛି ।

Leave a Reply

Your email address will not be published.