ଖୋର୍ଦ୍ଧା,୨୫/୧୦/୨୦୨୨(ଓଡିଶା ସମାଚାର/ଦୀପକ ପ୍ରଧାନ/ହିମାଂଶୁ ଚମ୍ପତିରାୟ) : ନିଆଁ ଲାଗି ୪ବଖରା ଘର ପୋଡି ପାଉଁଶ । ଦିପାବଳୀରେ ବାଣ ପଡି ନିଆଁ ଲାଗି ଘର ପୋଡିଥିବା ସନ୍ଦେହ।ଖୋର୍ଦ୍ଧା ଜଂକିଆ ଥାନା ହଜ ଗ୍ରାମ ପଞ୍ଚାୟତ କଲରାଝର ସାହିରେ ଘଟିଛି ଏଭଳି ଅଘଟଣ।ନିଆଁ ଲାଗି ୪ ବଖରା ଘର ସଂପୂର୍ଣ୍ଣ ପୋଡି ଯାଇଥିବା ବେଳେ ସମସ୍ତ ଘର କରଣା ଜିନିଷପତ୍ର ସମେତ ଧାନ ଚାଉଳ ପୋଡି ନଷ୍ଟ ହୋଇଯାଇଛି।
ଖବର ପାଇ ରଣପୁର ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିବା ଜଣାପଡ଼ିଛି।କଲରାଝର ଗ୍ରାମର କେଳୁ ଦାଶ,ରବିନ୍ଦ୍ର ଦାଶ,ବିଶ୍ୱମ୍ବର ଦାଶ ଓ ଦଣ୍ଡପାଣି ପ୍ରଧାନଙ୍କର ଗୋଟିଏ ଗୋଟିଏ ବଖରା ଘର ପୋଡିଥିବା ଜଣାପଡିଛି। ଘଟଣାସ୍ଥଳକୁ ବିଜୁ ଜନତା ଦଳର ରାଜ୍ୟ ସଂପାଦକ ପ୍ରଦୀପ କୁମାର ସାହୁ ପରିଦର୍ଶନ କରି କ୍ଷତିଗ୍ରସ୍ତ ପରିବାର ସଦସ୍ୟମାନଙ୍କୁ ସମବେଦନା ଜଣାଇବା ସହ ସରକାରୀ ସହାୟତା ପାଇଁ ଆଶ୍ବାସନା ଦେଇଥିଲେ ।