Thursday , June 8 2023
Breaking News
Home / ବିଶେଷ / କୁଦାନଗରୀ ମା ଦକ୍ଷିଣ କାଳୀଙ୍କ ଜନ୍ମୋତ୍ସବ ଓ ବିଶ୍ୱଶାନ୍ତି ମହା ଯଜ୍ଞ

କୁଦାନଗରୀ ମା ଦକ୍ଷିଣ କାଳୀଙ୍କ ଜନ୍ମୋତ୍ସବ ଓ ବିଶ୍ୱଶାନ୍ତି ମହା ଯଜ୍ଞ

ଗରଦପୁର, ୨୫/୧୦/୨୦୨୨(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ପୁଣ୍ୟତୋୟା ଚିତ୍ରୋତ୍ପଳା ନଦୀର କୂଳରେ ଅବସ୍ଥିତ ପର୍ଯ୍ୟଟନ କ୍ଷେତ୍ର କୁଦାନଗରୀ ପିଠରେ ଥିବା ମା ଦକ୍ଷିଣ କାଳୀଙ୍କ ଜନ୍ମୋତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞ ଆୟୋଜିତ ହୋଇଛି । ମା ଦକ୍ଷିଣ କାଳୀ ଉନ୍ନୟନ ପରିଷଦ ପକ୍ଷରୁ ଆୟୋଜିତ ଉତ୍ସବ ରେ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରରୁ ଆଜ୍ଞାମାଳ ଅଣାଯାଇ ଯଜେ୍ଞାତ୍ସବ ଆରମ୍ଭ କରାଯାଇଥିଲା । ପରେ ଯଜ୍ଞର ଅଙ୍କୁରା ରୋପଣ ସହ ଚିତ୍ରୋତ୍ପଳା ନଦୀରୁ ଯଜ୍ଞ ପଣ୍ଡପକୁ କଳସୀ ଶୋଭାଯାତ୍ରା ହୋଇଥିଲା । ବ୍ରାହ୍ମଣ ପଣ୍ଡିତମାନେ ଯଜ୍ଞ ବେଦୀରେ କଳସୀ ସ୍ଥାପନ , ଯଜ୍ଞାଧିବାସ , ଅଗ୍ନୀ ସ୍ଥାପନ ସହିତ ସୂର୍ଯ୍ୟପୂଜା, ଗୁରୁ ପୂଜା, ଗୋ ପୂଜା , ଭାଗବତ ଗୀତା ଆହୂତି ମନ୍ତ୍ରରେ ଶତ ରୁଦ୍ରଙ୍କ ଆହୂତି ଦିଆଯାଇଥିଲା । ନେମାଳ ସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦ ପିଠ ମହନ୍ତ ଗଗନାନନ୍ଦ ଦାସ ଭବିଷ୍ୟତ ମାଳିକା ସମ୍ପର୍କରେ ଆଲୋଚନା କରିଥିଲେ । ମା ରାମଚଣ୍ଡୀ ଭଜନ ମଣ୍ଡଳୀ ଭଜନ ପରିବେଷଣ କରିଥିଲେ । ମା ଦକ୍ଷିଣ କାଳୀଙ୍କ ଜନ୍ମୋତ୍ସବ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା । ସ୍ଥାନୀୟ କୀର୍ତନ ମଣ୍ଡଳୀ ସଂକୀର୍ତନ ପରିବେଷଣ କରିଥିଲେ । ଉତ୍ସବରେ ବରିଷ୍ଠ କର୍ମକର୍ତା ବାସୁଦେବ ଦାସ, ବଟକୃଷ୍ଣ ରାଉତ, ପୂର୍ଣ୍ଣଚନ୍ଦ୍ର ସାହୁ, ରଘୁନାଥ ସାହୁ ଙ୍କ ସମେତ ବ୍ଲକ୍ ଅଧ୍ୟକ୍ଷ ଅଭୟ ମହାରାଜଙ୍କୁ ମୁଖ୍ୟ ଅତିଥି ପଣ୍ଡିତ ଦୂର୍ଯେ୍ୟାଧନ ପାଣିଗ୍ରାହୀ ସମ୍ବର୍ଦ୍ଧିତ କରିଥିଲେ । କେନ୍ଦ୍ରାପଡ଼ାର ସଂଗୀତ ମୂର୍ଚ୍ଚନା ଚାନେଲ ଦ୍ୱାରା ମା ଦକ୍ଷିଣ କଳୀ ଙ୍କ ଉଦେଶ୍ୟରେ ରେକଡ଼ିଂ ଭଜନ କ୍ୟାସେଟ ଉନ୍ମୋଚନ କରାଯାଇଥିଲା । ଓଡ଼ିଶୀ ନୃତ୍ୟଶିଳ୍ପୀ ନିର୍ଝରୀଣୀ ଦାସ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । ପରିଦେର ସଭାପତି ବନ ବିହାରୀ ପାତ୍ର , ସମ୍ପାଦକ ଗୁରୁଚରଣ ମିଶ୍ର ଙ୍କ ସମେତ ପରିଷଦର କର୍ମକର୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published.