ମାହାଙ୍ଗା,୨୫/୧୦/୨୦୨୨(ଓଡିଶା ସମାଚାର /ଅଭୟ ଜେନା ) – ମାହାଙ୍ଗା ବ୍ଲକ ବିରୂପା ଗେଙ୍ଗୁଟୀ ଦ୍ବିପାଞ୍ଚଳ ଅନ୍ତର୍ଗତ କୁହୁଣ୍ଡା ଗ୍ରାମ ପଞ୍ଚାୟତର କଲ୍ୟାଣପୁର ଗାନ୍ଧୀଛକ ଉପରେ ଦୀର୍ଘଦିନୁ ଗଢ଼ିଉଠିଥିବା ବ୍ୟବସାୟ ପ୍ରତିଷ୍ଠାନ ଗୁଡିକୁ ନେଇ ଏହା ମଧ୍ୟରେ ଏକ ବଜାର ପରିଚାଳନା କମିଟି ଗଠନ କରାଯାଇଛି । ଏହି ବଜାରରେ ଶାନ୍ତି ଓ ସଦ୍ଭାବନା ପ୍ରତିଷ୍ଠା ସହ ଭାଇଚାରା ବଜାୟ ରଖିବାପାଇଁ ସ୍ଥାନୀୟ ବ୍ୟବସାୟୀ ମାନେ ଏକତ୍ରିତ ହୋଇଥିଲେ । ପାରମ୍ପାରିକ ଭାବେ ବଜାର କମିଟି ପକ୍ଷରୁ ଚଳିତ ବର୍ଷର କାର୍ତ୍ତିକେଶ୍ୱର ପୂଜା ଆଡମ୍ବର ସହକାରେ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଆସନ୍ତା ୨ ବର୍ଷ ପାଇଁ ଗାନ୍ଧୀଛକ ବଜାର କମିଟିର ନୂତନ କର୍ମକକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସାମାଜିକକର୍ମୀ ଅଖିଳେଶ ମହାନ୍ତି ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ସାଧାରଣ ସଂପାଦକ ଭାବେ କିଶୋର କୁମାର ସାହୁ, ଉପସଭାପତି ଭାବେ ସେକ ଅଫସର ତୁଲ୍ଲା,କୋଷାଧ୍ୟକ୍ଷ ଭାବେ ସୁଶାନ୍ତ ଦାସ, ସହସଂପାଦକ ଭାବେ ରମେଶ ବେହେରା, ସାଂସ୍କୃତିକ ସମ୍ପାଦକ ସୁମନ୍ତ ପଲେଇ, ସଂଗଠନ ସମ୍ପାଦକ ପ୍ରକାଶ ବେହେରା, ପୂଜା ସଂପାଦକ ଭାବେ ଶିବ ପ୍ରସାଦ ବେହେରା, ଆଇନି ପରାମର୍ଶଦାତା ଭାବେ ଆଡ଼ଭୋକେଟ ଲଛମନ ସିହ୍ନା, ଦାୟୀତ୍ୱ ଗ୍ରହଣ କରିଥିଲେ । କମିଟିର ଉପଦେଷ୍ଟା ମଣ୍ଡଳୀକୁ ସର୍ବଶ୍ରୀ ରବୀନ୍ଦ୍ର ନାଥ ଦାସ, ନିହାରରଞ୍ଜନ ପଣ୍ଡା, ହେମନ୍ତ ପ୍ରଧାନ, ରବୀନ୍ଦ୍ର ପୃଷ୍ଟି, ହରିହର ମହାନ୍ତି, ଅରକ୍ଷୀତ ଦାସ, ରାଜେଶ ପଲେଇ ମନୋନୀତ ହୋଇଥିଲେ । ଏହି ବଜାର କମିଟିରେ ସମସ୍ତ ବ୍ୟବସାୟୀ ମାନଙ୍କୁ ସଭ୍ୟ ଭାବେ ଗ୍ରହଣ କରାଯାଇଥିଲା ।