ପୁରୀ, ୨୪ /୧୦/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ହବିଷ୍ୟାଳିଙ୍କୁ କଥା ଦେଇ କଥା ରଖିଲେ । ପୁରୀ ରେ ହବିଷ୍ୟାଳିଙ୍କ ପାଇଁ ହବିଷ୍ୟାଳି ଯୋଜନା ର ଶୁଭାରମ୍ଭ ଦିନ ହବିଷ୍ୟାଳି ମା ମାନଙ୍କୁ କଥା ଦେଇଥିଲେ । ହବିଷ୍ୟାଳିଙ୍କୁ ମୁଖ୍ୟମନ୍ତ୍ରୀ ଦେଇଥିବା କଥା ରଖିଲେ । ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଧେଶରେ ଆଜି ଜିଲ୍ଲାପାଳଙ୍କ ତତ୍ତ୍ବାବଧାନରେ ୩ ହଜାର ହବିଷ୍ୟାଳୀ ମା ମାନଙ୍କୁ ଶାଲ୍ ବଣ୍ଟାଯାଉଛି । ଶୀତ ଦିନେ ମା ମାନଙ୍କ ର ଆବଶ୍ୟକ ଥିବା ଶାଲ୍ ବଂଟନ କରାଯାଉଛି । ଏହାକୁ ନେଇ ହବିଷ୍ୟାଳି ମା ମାନେ ବେଶ ଉତ୍ସାହିତ । ଏହି ଅବସରରେ ହବିଷ୍ୟାଳିମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କ ଉଦ୍ଦେଶ୍ୟରେ ଗୀତ ବୋଲିଛନ୍ତି । ମୁଖ୍ୟମନ୍ତ୍ରୀ ମାଆ ମାନଙ୍କର ମନର କଥାକୁ ବୁଝୁଥିବାରୁ ତାଙ୍କର ଦୀର୍ଘାୟୁ କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀ ଚୀରକାଳ ସୁଖ ଓ ଆନନ୍ଦର ସହ ରାଜ୍ୟର ନେତୃତ୍ୱ ନିଅନ୍ତୁ ବୋଲି ଆଶିଷ ପ୍ରଦାନ କରିଛନ୍ତି ହବିଷ୍ୟାଳି ମା ମାନେ ।
ରାଜ୍ୟ ସରକାର ବଜେଟରେ ହବିଷ୍ୟାଳୀଙ୍କ ରହିବା ନିମନ୍ତେ ବୃନ୍ଦାବତୀ ନିବାସ ସ୍ଥାପନା କରିଛନ୍ତି । ସମସ୍ତ ପ୍ରକାର ରହିବା ବ୍ୟବସ୍ଥା କରାଯାଇଛି । ହବିଷ୍ୟାଳିଙ୍କୁ ଖାଦ୍ୟ ପ୍ରଦାନ କରାଯାଉଛି । ଆଜି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶାଲ୍ ବଣ୍ଟନ କରାଯାଉଥିବାରୁ ହବିଷ୍ୟାଳି ମା ମାନେ ବେଶ ଖୁସି ଅଛନ୍ତି ।