Saturday , June 10 2023
Breaking News
Home / ବିଶେଷ / ମା ବନଦୁର୍ଗାଙ୍କ ଦୀପାବଳି ପୂଜା

ମା ବନଦୁର୍ଗାଙ୍କ ଦୀପାବଳି ପୂଜା

ଟାଙ୍ଗି,୨୪/୧୦/୨୨ (ଓଡ଼ିଶା ସମାଚାର/ଦୀପକ ପ୍ରଧାନ) : ପବିତ୍ର ଦୀପାବଳି ଅବସରରେ ଖୋର୍ଦ୍ଧା ଜିଲ୍ଲା ରାମେଶ୍ଵର ସ୍ଥିତ କଲ୍ୟାଣମୟୀ ଜଗଜ୍ଜନନୀ ମା ବନଦୁର୍ଗା ପୁଷ୍ପମାଲ୍ୟାଦି ସୁବାସିତ ଦ୍ରବ୍ୟ ଦ୍ବାରା ବିମଣ୍ଡିତ ହୋଇ ମହା ତ୍ରୀପୁରା ସୁନ୍ଦରୀ ବେଶରେ ଦର୍ଶନ ଦେଇଛନ୍ତି ।  ବିଶ୍ବର ମଙ୍ଗଳ କାମନା କରି ବେଦ ଧ୍ବନି ଓ ସ୍ତୁତି ପାଠ ଦ୍ବାରା ସକାଳୁ ମାଙ୍କର ମଙ୍ଗଳ ଆଳତି,କଳଶ ପୂଜା, ସୂର୍ଯ୍ୟ ପୂଜା, ଆବାହିତ ଦେବା ଦେବୀଙ୍କ ପୂଜନ ଓ  ମାଙ୍କୁ ବିଭିନ୍ନ ପ୍ରକାରର ବ୍ୟଞ୍ଜନ, ମିଠା ଓ ପାୟସଭୋଗ, ଷୋଡ଼ଶ ଉପଚାରରେ ମହା ତ୍ରୀପୁରା ସୁନ୍ଦରୀଙ୍କ ପୂଜା, ସହସ୍ରାର୍ଚ୍ଚାନ, ୧୦୮ ଶ୍ରୀସୂକ୍ତ ପାଠ ମଧ୍ୟାହ୍ନ ଧୂପ, ହବନ ସନ୍ଧ୍ୟା ବାଳଭୋଗ, ଆଳତି ପୁଷ୍ପାଞ୍ଜଳି,  ଅଧରପଣା ଓ ମହାପ୍ରସାଦ ଅର୍ପଣ ପୂର୍ବକ ରୀତିନୀତି ଅନୁସାରେ ହୋଇଥିଲା। ଡଃ କୃପାସିନ୍ଧୁ ପଣ୍ଡା, ପଣ୍ଡିତ ତପନ କୁମାର ମହାପାତ୍ର, ପଣ୍ଡିତ ଗୋପାଳ ଚନ୍ଦ୍ର ମହାପାତ୍ର,  ଡଃ ଧରଣୀଧର ପାଣ୍ଡବ, ଡଃ ଶୋଭା ଦାସ, ବିଷ୍ଣୁପ୍ରିୟା ପଟ୍ଟଯୋଷୀ, ଶ୍ରୀ ଦେବ୍ୟୈ ଶୁକ୍ଳ ୟଜୁର୍ବେଦ କାଣ୍ବ ବେଦପାଠଶାଳାର ବିଦ୍ୟାର୍ଥୀ ମାନେ ଓ ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ପୂଜାର୍ଚ୍ଚନା ରେ ଭାଗ ନେଇଥିଲେ।

Leave a Reply

Your email address will not be published.