କାମାକ୍ଷାନଗର, ୨୪ /୧୦/୨୦୨୨(ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗ ବଡ଼ସୁଆଁଳ ଗାଁରେ ବାଣ ଦୋକାନରେ ବିସ୍ଫୋରଣ ଘଟି ୪ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି । ଗୁରୁତର ଆହତ ମାନେ ହେଉଛନ୍ତି ବଡ଼ସୁଆଁଳ ଗାଁର ଜଗବନ୍ଧୁ ନାୟକ, ଦୁଷ୍ମନ୍ତ ନାୟକ, ୯ ବର୍ଷର ଶିଶୁପୁତ୍ର ପ୍ରତୀକ ନାୟକ ଏବଂ ୧୧ ବର୍ଷର ଝିଅ ଅନ୍ୱେଷା ପାଲ ।
ଗୁରୁତର ଆହତଙ୍କୁ ପ୍ରଥମେ କାମାକ୍ଷାନଗର ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବାଣ କିଣିବା ପାଇଁ ଯାଇଥିବା ବେଳେ ଏହି ଅଘଟଣ ଘଟିବାରୁ ସେମାନେ ଆହତ ହୋଇଛନ୍ତି ।