Thursday , June 8 2023
Breaking News
Home / ତାଜା ଖବର / ପିପିଲି : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଗୁଳି ମାଡ଼

ପିପିଲି : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଗୁଳି ମାଡ଼

ପୁରୀ,୨୪ /୧୦/୨୦୨୨(ଓଡ଼ିଶା ସମାଚାର)- ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦିନ ଦିପହରେ ଗୁଳି ମାଡ଼ ହୋଇଛି । ଦୀପାବଳିରେ ଅଶାନ୍ତ ହୋଇପଡ଼ିଛି ପିପିଲି । ଏନଏସି ର ୭ ନମ୍ବର ୱାର୍ଡ଼ ହନୁମାନ ମନ୍ଦିର ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି । ଗୁଳିମାଡ଼ରେ ଉଜାଣିପଡ଼ାର ସନାତନ ପ୍ରଧାନ ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ସୂଚନା । ତାଙ୍କ ଜଂଘରେ ଗୁଳି ବାଜିଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ବର କ୍ୟାପିଟାଲ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ପିପିଲି ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ୍ କରୁଛି ।
ସୂଚନା ଯୋଗ୍ୟ କି କିଛିଦିନ ତଳେ କମେଣ୍ଟମରାକୁ ନେଇ ପିପିଲିରେ ଜଣେ ଯୁବକକୁ ଆକ୍ରମଣ ଓ ବୋମା ମାଡ଼ ହୋଇଥିଲା । ସେହି ଶତ୍ରୁତାରୁ ଆଜି ଗୁଳିମାଡ଼ ହୋଇଥିବା ଆଲୋଚନା ହେଉଛି । ଗୁଳିକାଣ୍ଡ ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି ।

Leave a Reply

Your email address will not be published.