ଯେଉ ଘରୁ ଚୋରି କରୁଥିଲା ,ସେଠାରୁ ମହିଳା ଓ ଯୁବତୀଙ୍କ ଅନ୍ତ୍ରବସ୍ତ୍ର ଚୋରି କରୁଥିଲା
ଭୁବନେଶ୍ୱର, ୨୪/୧୦/୨୦୨୨ (ଓଡ଼ିଶା ସମାଚାର)- କୁଖ୍ୟାତ ଭଦ୍ର ଚୋର ସଞ୍ଜୟ ନିଶଙ୍କକୁ କମିସନରେଟ ପୁଲିସ ଗିରଫ କରିଛି। ପୁଲିସ ସଞ୍ଜୟ ନିକଟରୁ ୪୨୩ ଗ୍ରାମ ସୁନା ଗହଣା, ୬୫୦ ଗ୍ରାମ ରୁପା, ୨ଟି ଲାପଟପ, ମୋବାଇଲ ଓ ଚୋରି ପାଇଁ ବ୍ୟବହାର କରାଯାଉଥିବା ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ସଂଜୟ ଯେଉ ଘରୁ ଚୋରି କରୁଥିଲା ସେଠାରୁ ମହିଳା ଓ ଯୁବତୀଙ୍କ ଅନ୍ତ୍ରବସ୍ତ୍ର ଚୋରି କରୁଥିବା ନେଇ ପୁଲିସକୁ ସୂଚନା ମିଳିଛି।ସୂଚନା ଅନୁସାରେ ସଞ୍ଜୟ ନିଶଙ୍କ ଜଣେ ବ୍ୟାଚଲର ଇନ୍ ବିଜନେସ ଆଡମିନିଷ୍ଟ୍ରେସନ (ବିବିଏ) ଛାତ୍ର। ସେ ଦିନ ସମୟରେ ଫୁଡ ଡେଲିଭରି କଂପାନି ‘ଜୋମାଟୋ’ରେ କାମ କରି ରେକୀ କରୁଥିଲା ଏବଂ ରାତିରେ ଲୋକଙ୍କ ଘରେ ପଶି କଳାକନା ବୁଲାଉଥିଲା। ଉଚ୍ଚ ଶିକ୍ଷିତ ହୋଇଥିଲେ ମଧ୍ୟ ଚୋରିକାମ କରିବାକୁ ସେ ବହୁତ ଭଲ ପାଉଥିଲା। କାରଣ ସେ ଚୋରି କରି ସାମଗ୍ରିକୁ ପ୍ରେମିକାକୁ ଉପହାର ଦେଉଥିଲା। ଅଟ୍ରି, ଶରଧାପୁର ଓ ଖୋର୍ଦ୍ଧା ଥାନାରେ ସଞ୍ଜୟ ନାଁରେ ୨୩ରୁ ଅଧିକ ଚୋରି ମାମଲା ରହିଛି। ପୁଲିସ ଜାଣିବାକୁ ପାଇଛି ଯେ, ସଞ୍ଜୟ ଯେଉଁ ଘରୁ ଚୋରି କରେ ସେ ଘରୁ ମହିଳା ଓ ଯୁବତୀମାନଙ୍କର ଅନ୍ତବସ୍ତ୍ର ଚୋରି କରିନିଏ। ତେଣୁ ମାନସିକ ଡାକ୍ତରଙ୍କ ସହ ଯୋଗାଯୋଗ କରିଛି। ପୂର୍ବରୁ ମଧ୍ୟ ସଂଜୟ ନିଜ ଗାର୍ଲଫ୍ରେଣ୍ଡ ପାଇଁ ସୁନା ଗହଣା ଚୋରି କରି ପୋଲିସ ହାତରେ ଧରାପଡ଼ିଥିଲା ।
Home / ବିଶେଷ / ଦିନରେ ଫୁଡ ଡେଲିଭରି ବୟ, ରାତିରେ ଚୋରି , ଭଦ୍ର ଚୋର ସଞ୍ଜୟ ଗିରଫ , ସୁନା ରୁପା ଗହଣା, ଲାପଟପ୍ ଆଦି ଜବତ