ବାଙ୍କୀ ୨୪ /୧୦/୨୦୨୨(ଓଡ଼ିଶା ସମାଚାର)- ବାଙ୍କୀ ଥାନା ଅନ୍ତର୍ଗତ ବାଆଁରା ଗ୍ରାମରେ ଦାଦା ବଟି କୁ ନେଇ ଗୁଳିକାଣ୍ଡ ଘଟିଛି । ଗୁଳିମାଡ଼ରେ ଦୁଇଜଣ ଗୁରୁତର ଆହତହୋଇଛନ୍ତି । ଗୁରୁତର ଆହତଙ୍କୁ କଟକ ମେଡିକାଲ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଆହତ ଦୁଇଜଣ ଙ୍କ ନାମ ରୋଜ ସାହୁ ଓ ଗଣେଶ୍ୱର ରାଉତ । ସେମାନଙ୍କ ମଧ୍ୟରୁ ଜଣଙ୍କ ଘର ବାଆଁରା ଓ ଅନ୍ୟ ଜଣଙ୍କ ଘର ରାମଚଣ୍ଡୀ ଅଞ୍ଚଳର ବୋଲି ସୂଚନା ମିଳିଛି ।ମୂଖ୍ୟ ଅଭିଯୁକ୍ତ ବଣ୍ଟି ପାତ୍ର ଫେରାର ହୋଇଯାଇଛି । ବଣ୍ଟି ପାତ୍ରର ବାପା ଓ ଭାଇ ଦୁଇଜଣଙ୍କୁ ବାଙ୍କୀ ଥାନା ପୋଲିସ ଅଟକ ରଖି ତଦନ୍ତ ଚଳାଇଛି ।