କାମାକ୍ଷାନଗର, ୨୪ /୧୦/୨୦୨୨(ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ବଡ଼ସୁଆଁଳ ଗାଁରେ ଆଜି ସନ୍ଧ୍ୟାରେ ବାଣ ଦୋକାନରେ ବିଷ୍ଫୋରଣ ଘଟି ଗୁରୁତର ଆହତ ହୋଇଥିବା ୪ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି। କଟକ ବଡ଼ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି। ମୃତକ ହେଲେ ଦୁଷ୍ମନ୍ତ ନାୟକ।ସୂଚନାଯୋଗ୍ୟ, ବଡ଼ସୁଆଁଳ ଗାଁରେ ଥିବା ଏକ ବାଣ ଦୋକାନରେ ଆଜି ସନ୍ଧ୍ୟାରେ ବିସ୍ଫୋରଣ ଘଟିଥିଲା। ଏଥିରେ ନାବାଳକ ଓ ନାବାଳିକାଙ୍କ ସହ ୪ ଜଣ ଗୁରୁତର ହୋଇଥିଲେ ଏଥିରେ ବାପ-ପୁଅ ଦୁଷ୍ମନ୍ତ ନାୟକ ଓ ୯ ବର୍ଷର ନାବାଳକ ପ୍ରତୀକ ସାମିଲ ଥିଲେ। ଗୁରୁତର ଆହତ ଙ୍କ ମଧ୍ୟରେ ୩ ଜଣ (ଜଗବନ୍ଧୁ ନାୟକ, ଦୁଷ୍ମନ୍ତ ନାୟକ ଓ ପ୍ରତୀକ) ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଢେଙ୍କାନାଳ ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଯିବା ପରେ କଟକ ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଥିଲା।