Saturday , June 10 2023
Breaking News
Home / ବିଶେଷ / ୩୦ଜଣ ବରିଷ୍ଠ ଆଇଏଏସ ଅଫିସରଙ୍କୁ ୩୦ଟି ଜିଲା ର ବିକାଶ ଦାୟିତ୍ବ

୩୦ଜଣ ବରିଷ୍ଠ ଆଇଏଏସ ଅଫିସରଙ୍କୁ ୩୦ଟି ଜିଲା ର ବିକାଶ ଦାୟିତ୍ବ

ଭୁବନେଶ୍ୱର, ୨୩ /୧୦/୨୦୨୨(ଓଡ଼ିଶା ସମାଚାର)- ରାଜ୍ୟର ସମସ୍ତ ୩୦ଟି ଜିଲା ପାଇଁ ୩୦ଜଣ ବରିଷ୍ଠ ଆଇଏଏସ ଅଫିସରଙ୍କୁ ଜିଲା ବିକାଶ ତଦାରଖ ଦାୟିତ୍ବ ଦିଆଯାଇଛି।
ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କୁ କଳାହାଣ୍ଡି ଜିଲା , ଅର୍ଥ ସଚିବ ବିଶାଲ ଦେବଙ୍କୁ ମୟୂରଭଞ୍ଜ ଜିଲା, ଉଚ୍ଚଶିକ୍ଷା ସଚିବ ବିଷ୍ଣୁପଦ ସେଠୀଙ୍କୁ କୋରାପୁଟ ଜିଲା, ଖଣି ଇସ୍ପାତ ସଚିବ ଦେଓରଞ୍ଜନ ସିଂହଙ୍କୁ କେନ୍ଦୁଝର ଜିଲା, କୃଷି ସଚିବ ଅରବିନ୍ଦ ପାଢ଼ୀଙ୍କୁ କନ୍ଧମାଳ ଜିଲା ଦାୟିତ୍ବ ଦିଆଯାଇଛି । ସେହିପରି ମିଶନ ଶକ୍ତି ସଚିବ ସୁଜାତା ଆର କାର୍ତ୍ତିକେୟନଙ୍କୁ କଟକ ଜିଲା, ଜଳସମ୍ପଦ ସଚିବ ଅନୁ ଗର୍ଗଙ୍କୁ ପୁରୀ ଜିଲା ଦାୟିତ୍ବ , ଉତ୍ତରାଞ୍ଚଳ ଆରଡିସି ସୁରେଶ ଚନ୍ଦ୍ର ଦଳାଇଙ୍କୁ ଦେବଗଡ଼ ଜିଲା, ଆଇଟି ସଚିବ ମନୋଜ ମିଶ୍ରଙ୍କୁ ଢେଙ୍କାନାଳ ଜିଲା, ଶ୍ରମ ସଚିବ ଚିତ୍ରା ଅନୁମଗମଙ୍କୁ ଗଜପତି ଜିଲା, ହସ୍ତତନ୍ତ ଓ ବୟନ ଶିଳ୍ପ ସ୍ବତନ୍ତ୍ର ସଚିବ ଶ୍ରୀକାନ୍ତ ପୃଷ୍ଟିଙ୍କୁ ଜଗତସିଂହପୁର ଜିଲା, ଓଏମସି ପରିଚାଳନା ନିର୍ଦ୍ଦେଶକ ବଲୱନ୍ତ ସିଂହଙ୍କୁ ସୁନ୍ଦରଗଡ଼ ଜିଲା, ମତ୍ସ୍ୟ ଓ ପଶୁସମ୍ପଦ ସଚିବ ସୁରେଶ କୁମାର ବଶିଷ୍ଠଙ୍କୁ ରାୟଗଡା ଜିଲା, ପୂର୍ତ୍ତ ସଚିବ ବୀରବିକ୍ରମ ଯାଦବଙ୍କୁ ସମ୍ବଲପୁର ଜିଲା, ମହିଳା ଓ ଶିଶୁ ବିକାଶ ସଚିବ ଶୁଭା ଶର୍ମାଙ୍କୁ ଖୋର୍ଦ୍ଧା ଜିଲା, ସମବାୟ ସଚିବ ସଞ୍ଜିବ କୁମାର ଚଢାଙ୍କୁ ମାଲକାନଗିରି ଜିଲା, ସ୍କୁଲ ଓ ଗଣଶିକ୍ଷା ସଚିବ ଏସ୍. ଅଶ୍ବସ୍ଥିଙ୍କୁ ଗଞ୍ଜାମ ଜିଲା, ବିଜ୍ଞାନ ଓ କାରିଗରି କୌଶଳ ସଚିବ ଭାସ୍କରଜ୍ୟୋତି ଶର୍ମାଙ୍କୁ ଯାଜପୁର ଜିଲା, ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କୁ ଝାରସୁଗୁଡା ଜିଲା, ଶକ୍ତି ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ବଲାଙ୍ଗୀର ଜିଲା, ଇପିକଲ ଏମଡି ଭୂପେନ୍ଦ୍ର ସିଂ ପୁନିଆଙ୍କୁ ସୋନପୁର ଜିଲା, ସାମାଜିକ ବିକାଶ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲଙ୍କୁ ନବରଙ୍ଗପୁର ଜିଲା, କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ କେନ୍ଦ୍ରାପଡ଼ା ଜିଲା, ହସ୍ତତନ୍ତ ଓ ବୟନଶିଳ୍ପ ସ୍ବତନ୍ତ୍ର ସଚିବ ଶ୍ରୀକାନ୍ତ ପୃଷ୍ଟିଙ୍କୁ ଜଗତସିଂହପୁର ଜିଲା , ଜାତୀୟ ସ୍ବାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ବୃନ୍ଦା ଡିଙ୍କୁ ଅନୁଗୁଳ ଜିଲା, ଶ୍ରମ ଆୟୁକ୍ତ ଏନ୍. ଥିରୁମାଳା ନାଏକଙ୍କୁ ବାଲେଶ୍ବର ଜିଲା, ଜଳସମ୍ପଦ ବିଭାଗର ସ୍ବତନ୍ତ୍ର ସଚିବ ଅର୍ଚ୍ଚନା ପଟ୍ଟନାୟକଙ୍କୁ ବରଗଡ଼ ଜିଲା, ସ୍ପେଶାଲ ପ୍ରୋଜେକ୍ଟର ନିର୍ଦ୍ଦେଶକ ଅରବିନ୍ଦ ଡାକୁଆଙ୍କୁ ଭଦ୍ରକ ଜିଲା, ପଞ୍ଚାୟତିରାଜ ବିଭାଗ ଅତିରିକ୍ତ ସଚିବ ଗୁହା ପୁନମ ତାପସ କୁମାରଙ୍କୁ ବୌଦ୍ଧ ଜିଲା, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ୍ ଆର. ଯାଦବଙ୍କୁ ନୂଆପଡା ଜିଲା ଏବଂ ପାନୀୟ ଜଳ ଓ ପରିଚ୍ଛନ୍ନତା ନିର୍ଦ୍ଦେଶକ ବି. ପରମେଶ୍ବରଙ୍କୁ ନୟାଗଡ଼ ଜିଲା ଦାୟିତ୍ବ ଦିଆଯାଇଛି ।
ରାଜ୍ୟର ୩୦ ଜିଲାର ବିଭିନ୍ନ ଉନ୍ନୟନମୂଳକ କାମ ତଥା ଜନହିତକାରୀ ଯୋଜନାର ତଦାରଖ କରିବା ପାଇଁ ଆଇଏଏସଙ୍କୁ ଦାୟିତ୍ବ ଦିଆଯାଇଥିବାନେଇ ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ପ୍ରକାଶ କରାଯାଇଛି।

Leave a Reply

Your email address will not be published.