Wednesday , May 31 2023
Home / କ୍ରୀଡ଼ା / ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ ପ୍ରତିଯୋଗିତାରେ କଳାହାଣ୍ଡିର ସଫଳତା

ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ ପ୍ରତିଯୋଗିତାରେ କଳାହାଣ୍ଡିର ସଫଳତା

କଳାହାଣ୍ଡି, ୨୩ /୧୦/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ ) – ଗତ ୨୧ରୁ ୨୩ତାରିଖ ପର୍ୟ୍ୟନ୍ତ ବଲାଙ୍ଗୀର ରେ ରାଜ୍ୟ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଚାମ୍ପିୟନସିପ ରେ ବୈଷୟିକ ଅଧିକାରୀ ଭାବେ ୩ଜଣ ଓ ଟ୍ରେନି ବୈଷୟିକ ଅଧିକାରୀ ଭାବେ ୪ଜଣ ଭାଗ ନେଇଥିଲେ।ଏହି ପ୍ରତିଯୋଗିତାରେ କଳାହାଣ୍ଡିର ଅରପିତ ପଣ୍ଡା ୧୭ବର୍ଷରୁ କମ ଯୁଗଳ ରେ ଚାମ୍ପିୟନ ଓ ଆୟୂଷ ମାନ ମୁନି ୧୭ବର୍ଷରୁ କମ ବର୍ଗରେ ଯୁଗଳ ଉପବିଜେତା ହୋଇ ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି  ା ରାଜ୍ୟ ସ୍ତରୀୟ ଚାମ୍ପିୟନସିପ ରେ କଳାହାଣ୍ଡି ର ସଫଳତା ପରେ ଜିଲ୍ଲା ସଂଘ ଆଗାମୀ ଦିନ ରେ ଜିଲ୍ଲା ରେ କିପରି ଅଧିକ ରୁ ଅଧିକ ଖେଳାଳୀ ରାଜ୍ୟ ସ୍ତର ଓ ଜାତୀୟ ସ୍ତର ରେ ସଫଳତା ପାଇବେ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ଜିଲ୍ଲା ସମ୍ପାଦକ ମତ ପ୍ରଦାନ କରିଥିଲେ ।

Leave a Reply

Your email address will not be published.