Friday , December 9 2022
Breaking News
Home / ନିର୍ବାଚନ / ଧାମନଗର ଉପନିର୍ବାଚନ : ଭୋଟର ପରିଚୟପତ୍ର ନ ଥିଲେ ବ୍ୟବହାର ହୋଇପାରିବ ବିକଳ୍ପ ପରିଚୟ ପତ୍ର

ଧାମନଗର ଉପନିର୍ବାଚନ : ଭୋଟର ପରିଚୟପତ୍ର ନ ଥିଲେ ବ୍ୟବହାର ହୋଇପାରିବ ବିକଳ୍ପ ପରିଚୟ ପତ୍ର

ଭୁବନେଶ୍ୱର, ୨୩ /୧୦/୨୦୨୨(ଓଡ଼ିଶା ସମାଚାର)- ଆସନ୍ତା ନଭେମ୍ୱର ୩ ତାରିଖରେ ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନରେ ଭୋଟରଙ୍କ ପରିଚୟ ପାଇଁ ଭାରତ ନିର୍ବାଚନ ଆୟୋଗ ଭୋଟର ଫଟୋ ପରିଚୟପତ୍ର (ଇପିଆଇସି) ବ୍ୟତୀତ ଅନ୍ୟ କେତେଗୁଡ଼ିଏ ବିକଳ୍ପ ପରିଚୟପତ୍ର ବ୍ୟବହାରକୁ ଅନୁମତି ପ୍ରଦାନ କରିଛନ୍ତି।ମତଦାନବେଳେ ଯଦି କୌଣସି ଭୋଟରଙ୍କ ନିକଟରେ ଭୋଟର ଫଟୋ ପରିଚୟପତ୍ର ନଥିବ, ତାହେଲେ ସେମାନେ ଅନ୍ୟ ବିକଳ୍ପ ପରିଚୟପତ୍ରକୁ ବ୍ୟବହାର କରି ମତଦାନ କରିପାରିବେ ବୋଲି ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟ ବିକଳ୍ପ ପରିଚୟପତ୍ର ଗୁଡ଼ିକ ହେଉଛି ଆଧାର କାର୍ଡ, ଏମ୍ ଏନ୍ ଆର୍ ଇଜିଏ ଜବ୍ କାର୍ଡ, ବ୍ୟାଙ୍କ କିମ୍ୱା ପୋଷ୍ଟ ଅଫିସର ଫଟୋ ଲାଗିଥିବା ପାସ୍ ବୁକ୍ , ସ୍ୱାସ୍ଥ୍ୟବୀମା ସ୍ମାର୍ଟ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପ୍ୟାନ୍ କାର୍ଡ, ପାସ୍ ପୋର୍ଟ । ସେହିପରି ଫଟୋ ଲାଗିଥିବା ପେନସନ୍ ବୁକ୍ , ରାଜ୍ୟ ବା କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ଫଟୋ ଥିବା ଚାକିରି ପରିଚୟ ପତ୍ର, ସରକାରୀ ଭାବେ ସାଂସଦ/ବିଧାୟକମାନଙ୍କୁ ପ୍ରଦାନ କରାଯାଇଥିବା ପରିଚୟପତ୍ର ଏବଂ ଭାରତ ସରକାରଙ୍କ ସାମାଜିକ ନ୍ୟାୟ ବିଭାଗ ଦ୍ୱାରା ପ୍ରଦାନ କରାଯାଇଥିବା ୟୁଡିଆଇଡି କାର୍ଡକୁ ମଧ୍ୟ ମତଦାନ ପାଇଁ ବ୍ୟବହାର କରାଯାଇପାରିବ।

Leave a Reply

Your email address will not be published.