କନ୍ଧମାଳ, ୨୩ /୧୦/୨୦୨୨(ଓଡ଼ିଶା ସମାଚାର)- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କୋଟଗଡ ଥାନା ଭାରପ୍ରାପ୍ତ ଥାନା ଅଧିକାରୀ ଧିରେଜ କୁମାର ଲେଙ୍କା ଙ୍କ ଗାଡି ରୁ ଲକ୍ଷାଧିକ ଟଙ୍କର ଜବତ କରିଛି ଭିଜିଲାନ୍ସ ।
ଏକ ମାମଲାକୁ ରଫାଦଫା କରିବାକୁ ଦେଢଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି କୋଟଗଡ ଥାନା ଆଇଆଇସି ଧିରେଜ ଲେଙ୍କା । ସେ ନିଜ ଥାନାରୁ ଛୁଟିକାଟି ସରକାରୀ ଗାଡିରେ ଗାଁକୁ ଯାଉଥିବା ବେଳେ ବାଲିଗୁଡା ବଜାର ମଝିରାସ୍ତାରେ ପୂର୍ବରୁ ପ୍ରସ୍ତୁତ ଥିବା ଫୁଲବାଣୀ ଓ ବ୍ରହ୍ମପୁର ଭିଜିଲ୍ଲାନ୍ସ ଟିମ୍ ତାଙ୍କୁ ଅଟକାଇ ଯାଂଚ କରିବା ସହ ଲାଞ୍ଚ ନେଇଥିବା ଟଙ୍କା ଜବତ କରିଥିଲେ। ଏତେ ଗୁଡ଼ିଏ ଟଙ୍କା ସେ କାହିଁକି ନେଉଥିଲେ ତାର କୌଣସି ସଠିକ ଉତର ଦେଇନପାରିବାରୁ ଆଇଆଇସିଙ୍କୁ ଗିରଫ୍ କରାଯାଇଥିବା ଜଣାପଡ଼ିଛି।