Sunday , May 28 2023
Breaking News
Home / କୃଷି / କେନ୍ଦ୍ରକୁ ସଂସ୍କାରମୂଳକ ପ୍ରସ୍ତାବ : ସବୁ ବ୍ଲକ୍ ରେ ଖୋଲୁ ସମବାୟ ବ୍ୟାଙ୍କ

କେନ୍ଦ୍ରକୁ ସଂସ୍କାରମୂଳକ ପ୍ରସ୍ତାବ : ସବୁ ବ୍ଲକ୍ ରେ ଖୋଲୁ ସମବାୟ ବ୍ୟାଙ୍କ

ମାଇକ୍ରୋ ଏଟିଏମ୍ ବ୍ୟବସ୍ଥା ପାଇଁ ପ୍ରସ୍ତାବ – ଉପକୃତ ହେବେ ରାଜ୍ୟର ଚାଷୀ

ଭୁବନେଶ୍ୱର,୨୩ /୧୦/୨୦୨୨(ଓଡ଼ିଶା ସମାଚାର)- ସବୁ ଜିଲ୍ଲାରେ ପ୍ରତିଷ୍ଠା ହେବ କେନ୍ଦ୍ର ସମବାୟ ବ୍ୟାଙ୍କ। ଋଣ ପାଇଁ ଚାଷୀ ସମସ୍ୟା ଭୋଗିବେ ନାହିଁ। ନୂତନ ଜାତୀୟ ସମବାୟ ନୀତି ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ରାଜ୍ୟ ସମବାୟ ବିଭାଗ ଏଭଳି ପ୍ରସ୍ତାବ ଦାଖଲ କରିଛି । ସମବାୟ ଅନୁଷ୍ଠାନ ଗୁଡିକ କିଭଳି ସ୍ୱଚ୍ଛ ଏବଂ ସ୍ୱାବଲମ୍ବୀ ହେବେ ତାହା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ପ୍ରତି ବ୍ଲକରେ ସମବାୟ ବ୍ୟାଙ୍କର ଶାଖା ଖୋଲିଲେ ଚାଷୀ ସହଜରେ ଋଣ ପାଇପାରିବେ। ବ୍ୟାଙ୍କ ନ ଥିବା ସ୍ଥାନରେ ପାକସ୍ ଓ ଲାମ୍ପସ୍ ରେ ମାଇକ୍ରୋ ଏଟିଏମ୍ ସ୍ଥାପନ କରାଯାଇ ପାରିବ। ସେହିପରି ସମବାୟ ସଂସ୍ଥାର ବ୍ୟବସାୟ ବୃଦ୍ଧି କରିବା ମଧ୍ୟ ଜରୁରୀ। ଇ-କମର୍ସ, ବ୍ରାଣ୍ଡ ଲୋଗେ ଓ ସହାୟତା ରାଶି ଚାଷୀର ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ଦେବାରେ ସହାୟକ ହେବ। ପ୍ରାଥମିକ ସ୍ତରରେ ଏସବୁ ପ୍ରସ୍ତାବ ଦିଆଯାଇ ଥିବା ବେଳେ ପରବର୍ତ୍ତୀ ସମୟରେ ଏହା ଉପରେ ଅଧିକ ତର୍ଜମା କରାଯାଇ କେନ୍ଦ୍ରକୁ ସୁପାରିସ କରାଯିବ। ଏହି ବ୍ୟବସ୍ଥାରେ ସଂସ୍କାର ଆସିଲେ ଚାଷୀ କୂଳ ଲାଭବାନ୍ ହେବେ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି। ନିବନ୍ଧକ ସମବାୟ ସମିତି ସମୂହ (ଆରସିଏସ୍ ) ନିର୍ଦ୍ଦେଶାଳୟକୁ ପୁନଗðଠନ କରି ଅଧିକାରୀଙ୍କୁ ନିଯୁକ୍ତ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ସମବାୟ ସଂସ୍ଥାର ଦକ୍ଷତା ବୃଦ୍ଧି କରିବା ଦିଗରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ମିଳିତ ସହଯୋଗ ଆବଶ୍ୟକ। ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା ହେତୁ ଚାଷୀମାନେ ନିଜ ଅଧିକାରରୁ ବଞ୍ଚିତ ହେଉଥିଲେ। ଚାଷୀଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ଦିଗରେ ସଂସ୍କାର ଆସିବା ଜରୁରୀ। ଏହି ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ନୂଆ ସମବାୟ ନୀତି ପ୍ରଣୟନ କରିବା ପାଇଁ ଯାଉଥିବା ବେଳେ ଏହା ପୂର୍ବରୁ ରାଜ୍ୟ ସରକାରଙ୍କ ମତ ଲୋଡ଼ା ଯାଇଛି। ବିଭିନ୍ନ ସମୟରେ ସମବାୟ ବ୍ୟବସ୍ଥାରେ ଅବହେଳାର ଶିକାର ହେବା ନେଇ ଅଭିଯୋଗ ଆସୁଛି। ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା ଯୋଗୁଁ ଚାଷୀମାନେ ହଇରାଣ ହେଉଥିବା ବେଳେ ରାଜ୍ୟ ସରକାର ମଧ୍ୟ ଏ ଦିଗରେ ନିଜ ଆଡ଼ୁ ପଦକ୍ଷେପ ନେବା ସହଜ ନୁହେଁ। ଏପରିସ୍ଥଳେ କେନ୍ଦ୍ର ସରକାରଙ୍କୁ ରାଜ୍ୟ ଦେଇଥିବା ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ଦୀର୍ଘ ଦିନର ସମସ୍ୟା ଦୂର ହୋଇ ପାରିବ।

Leave a Reply

Your email address will not be published.