ରାୟଗଡ, ୨୩/୧୦/୨୦୨୨(ଓଡ଼ିଶା ସମାଚାର)- ନୂତନ ଆଧୁନିକ ବୈଜ୍ଞାନିକ ପ୍ରଣାଳୀ ପଦ୍ଧତି , ବିଭିନ୍ନ ଯାନ୍ତ୍ରିକ ଉପକରଣ ଚାଷକାର୍ଯ୍ୟରେ ଉପଯୋଗ କରି ଉତ୍ପାଦନ କ୍ଷମତା ବୃଦ୍ଧି,ଡ୍ରିପ ଜଳସେଚନ ର ଉତମ ବ୍ୟବହାର, ଜୈବିକ ସାର ର ପରିଚାଳନା ଓ ବ୍ୟବହାର ଏବଂ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ସଚେତନ ଉଦ୍ଧେଶ୍ୟ ରେ ଚାଷୀଙ୍କୁ ପ୍ରେରିତ କରିବା ସକାଶେ ଆଜି ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକ ଗୋଗୁପାଡୁ ଗ୍ରାମ ପାଂଚାୟତ ର କାଟିକି ଗ୍ରାମରେ ଏକ ଆଦର୍ଶ କୃଷକ ଶ୍ରୀ ଭି.ମୁରଲୀ କ୍ରୀଷ୍ଣାଙ୍କ ନେତୃତ୍ୱରେ ଏକ ଦିନିକିଆ କୃଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କୃଷକ ସମ୍ମିଳନୀ ରେ ଗୋଗୁପାଡୁ ପାଂଚାୟତର ପୂର୍ବତନ ସରପଂଚ ଶ୍ରୀ ବିଜୟ ମାଣ୍ଡିଙ୍ଗୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଭି.ମୁରଲୀ କ୍ରୀଷ୍ଣାଙ୍କ ଚାଷ ଉପରେ ବ୍ୟବହାର କରିଥିବା ନୂତନ ଆଧୁନିକ ବୈଜ୍ଞାନିକ ପ୍ରଣାଳୀ ପଦ୍ଧତିର କୌଶଳକୁ ପ୍ରଶଂସା କରିଥିଲେ ଏବଂ ଏହି ନୂତନ ବୈଜ୍ଞାନିକ ପ୍ରଣାଳୀ ପଦ୍ଧତି ଅବଲମ୍ବନ କରି ଚାଷକାର୍ଯ୍ୟରେ ଉପଯୋଗ କରି ଉତ୍ପାଦନ କ୍ଷମତା ବୃଦ୍ଧି କରିବାକୁ ଉପସ୍ଥିତ ଥିବା ସ୍ଥାନୀୟ ଚାଷୀମାନଙ୍କୁ ପ୍ରୋତ୍ସାହିତ କରିଥିଲେ । ଭି.ମୁରଲୀ କ୍ରୀଷ୍ଣା ଏକ ଉଚ ଶିକ୍ଷିତ ବ୍ୟକ୍ତି । ସେ ବି.ଟେକ୍ ପାଠ ପଢି ଏକ କମ୍ପାନୀରେ ଚାକରୀ କରୁଥିଲେ କିନ୍ତୁ ଚାଷ ଉପରେ ତାଙ୍କର ଅଧିକ ଇଛା ଥିବାରୁ ସେ ଚାକରୀ ଛାଡି ଚାଷ କୁ ନିଜର ଆଦର୍ଶ ରୂପେ ଗ୍ରହଣ କରିଛନ୍ତି । ସେ ନିଜେ ସ୍ୱାବଲମ୍ବୀ ହୋଇ ଅନ୍ୟ ଚାଷୀ ମାନଙ୍କୁ ରୋଜଗାରକ୍ଷମ କରିବାକୁ ଲକ୍ଷ୍ୟ ଥିବା ଶ୍ରୀ ମୁରଲୀ କ୍ରୀଷ୍ଣା ପ୍ରକାଶ କରିଛନ୍ତି । ଗୋଗୁପାଡୁ ଗ୍ରାମ ପାଂଚାୟତ ର କାଟିକି ଗ୍ରାମରେ ଭି.ମୁରଲୀ କ୍ରୀଷ୍ଣା ଓ ବି.ମହେଶ୍ୱର ରାଓ ମିଶି ୨୨ ଏକର ଜମିରେ ନୂତନ ଆଧୁନିକ ବୈଜ୍ଞାନିକ ପ୍ରଣାଳୀ ପଦ୍ଧତିରେ କୋକୋ,ପାମ ଅଏଲ,କଦଳୀ,ନଡିଆ,ମକା ଓ ବିଭିନ୍ନ ପ୍ରକାରର ଆର୍ଥôକ ଉତ୍ପାଦନ ଚାଷ ଆରମ୍ଭ କରିବାକୁ ଯୋଜନା କରିଛନ୍ତି । ଏହି ଆଧୁନିକ ପ୍ରଣାଳୀ ପଦ୍ଧତିକୁ ସ୍ଥାନୀୟ ଚାଷୀ ମାନେ ଅବଲମ୍ବନ ଓ ସହଯୋଗ କରିବାକୁ ନିମନ୍ତ୍ରଣ କରିଛନ୍ତି । ଏହି କୃଷକ ସମ୍ମିଳନୀ ଗୋଗୁପାଡୁ ଗ୍ରାମ ପାଂଚାୟତ ର ସୁଲୁଡି, ସିକିଲା, ଗୋଟା, ସୁଲୁଡିଗୁଡା, କାଟିକି, ସୁଲୁଡିପାକା ଗ୍ରାମରୁ ପ୍ରାୟ ୮୦ ଜଣ କୃଷକମାନେ ଯୋଗ ଦେଇଥିଲେ ।