Thursday , June 1 2023
Breaking News
Home / ତାଜା ଖବର / Breaking News : ମିଠା ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ଜଣେ ମୃତ , ୨ ଗୁରୁତର ଆହତ

Breaking News : ମିଠା ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ଜଣେ ମୃତ , ୨ ଗୁରୁତର ଆହତ

ରାଉରକେଲା, ୨୨/୧୦/୨୦୨୨(ଓଡ଼ିଶା ସମାଚାର)- ପାନପୋଷ ଛକରେ ଏକ ମିଠା ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟି ଜଣଙ୍କର ମୃତ୍ୟୁ ହୋଇଛି । ଅଗ୍ନିକାଣ୍ଡରେ ୨ଜଣ ମଧ୍ୟ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ସିଲିଣ୍ଡର ଫାଟି ଦୋକାନରେ ନିଆଁ ଲାଗିଯାଇଥିବା ସୂଚନା । ସୂଚନା ଅନୁଯାୟୀ, ପାନପୋଷ ଛକରେ ଥିବା  ଓମ ସୁଇଟ୍ସ ନାମକ ଏକ ମିଠା ଦୋକାନରେ ଗ୍ୟାସ ଲିକ୍‌ ଯୋଗୁ ରୋଷେଇ ଘରେ ନିଆଁ ଲାଗି ଯାଇଥିଲା । ଅଗ୍ନିଶମ ବିଭାଗର ଦୁଇଟି ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା l ବିଭିନ୍ନ କର୍ମଚାରୀ ବାହାରିବାରେ ସଫଳ ହୋଇଥିବା ବେଳେ ମୁଖ୍ୟ ରୋଷେୟା ଅରୁଣ କୁମାର ବାହାରକୁ ବାହାରି ପାରିନଥିଲେ l ଫଳରେ ନିଆରେ ପୋଡି ହୋଇ ତାଙ୍କର ମୃତ୍ୟୁ ଘଟିଛି l ଅଗ୍ନିକାଣ୍ଡରେ ୨ଜଣ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ରଘୁନାଥପାଲି ପୁଲିସ ପହଞ୍ଚି ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି।

Leave a Reply

Your email address will not be published.