ଯାଜପୁର, ୨୨/୧୦/୨୦୨୨(ଓଡ଼ିଶା ସମାଚାର /ସୁରେଶ କର)- ୧୭ଗ୍ରାମରୁ ଉର୍ଦ୍ଧ୍ଵ ବ୍ରାଉନ ସୁଗାର ଜବତ ସହ ୪ ଅଭିଯୁକ୍ତ ଗିରଫ। ଯାଜପୁର ଜିଲ୍ଲା ପୋଲିସ ସ୍ପେଶାଲ ସ୍କ୍ୱାର୍ଡ ଓ ଧର୍ମଶାଳା ପୋଲିସ ମିଳିତ ଉଦ୍ୟମରେ ୧୭ଗ୍ରାମରୁ ଉର୍ଦ୍ଧ୍ଵ ବ୍ରାଉନ ସୁଗାର ଜବତ ହୋଇଛି। ସୂଚନା ମୁତାବକ, ଗତକାଲି ରାତିରେ ଧର୍ମଶାଳା ଥାନା ଦେଉଳି ପାହାଡ଼ ନିକଟରେ ବ୍ରାଉନ ସୁଗାର କାରବାର ହେଉଥିବା ଖବର ପାଇ ସ୍ପେଶାଲ ସ୍କ୍ୱାର୍ଡ ଓ ଧର୍ମଶାଳା ପୋଲିସ ଚଢ଼ାଉ କରିଥିଲା। ସେଠାରୁ ୪ଜଣ ଯୁବକକୁ ପୋଲିସ ଉଠାଇ ଆଣିବା ସହ ସେମାନଙ୍କ ନିକଟରୁ ୧୭ଗ୍ରାମରୁ ଉର୍ଦ୍ଧ୍ଵ ବ୍ରାଉନ ସୁଗାର ଜବତ କରାଯାଇଛି। ଏଥିସହ ସେମାନଙ୍କ ନିକଟରୁ ଗୋଟିଏ ବାଇକ, ୫ଟି ମୋବାଇଲ ସହ କିଛି ଟଙ୍କା ମଧ୍ୟ ଜବତ ହୋଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଭଦ୍ରକ ଅଞ୍ଚଳର ବାପି (20)ମଳିକ,ଫକୀର ମୋହନ ଜେନା,(28)ଳମ୍ବୁ ମୁଣ୍ଡା(38) ଓ ଧର୍ମଶାଳା ଥାନା ଅଞ୍ଚଳର ଅରୂପଲାଲ ଦତ୍ତ (ଟୁଲୁ )(35)ବୋଲି ଧର୍ମଶାଳା ଥାନା ଅଧିକାରୀ ରାକେଶ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି।ଧର୍ମଶାଳା ପୋଲିସ କେସ ନ 573/22ndps act ଅନୁସାରେ କେସ ରୁଜୁ କରି କୋର୍ଟ ଚାଲାଣ କରିଛି ।