Monday , June 5 2023
Breaking News
Home / ବିଶେଷ / ହବିଷ୍ୟାଳୀମାନଙ୍କ କାର୍ତିକବ୍ରତ ନିମନ୍ତେ ପ୍ରସ୍ତୁତି ବୈଠକ

ହବିଷ୍ୟାଳୀମାନଙ୍କ କାର୍ତିକବ୍ରତ ନିମନ୍ତେ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା,୨୨/୧୦/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହର ଉପକଣ୍ଠ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱାତୀଙ୍କ ଅଧ୍ୟକ୍ଷତାରେ ଆସନ୍ତା ପଂଚୁକରେ ତୁଳସୀକ୍ଷେତ୍ରରେ ହବିଷ୍ୟାଳୀମାନଙ୍କ କାର୍ତିକବ୍ରତ ପାଳନ ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କାର୍ତିକବ୍ରତ ପାଳନ ପାଇଁ ହବିଷ୍ୟାଳୀମାନଙ୍କ ରହିବା ପାଇଁ ଶ୍ରୀବଳଦେବଜୀଉଙ୍କ ଯାତ୍ରୀନିବାସରେ ବ୍ୟବସ୍ଥା କରାଯାଇଥିବା ବେଳେ ସେଠାରେ ଦୈନିକ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିବା ବୈଠକରେ ସୂଚନା ଦିଆଯାଇଥିଲା । ଏଥିସହିତ ପଂଚୁକ ପାଂଚଦିନ ଯଥାଯଥ ଭାବେ ପାଳନ କରାଯିବା ପାଇଁ ବିଧି ମୁତାବକ କାର୍ଯ୍ୟସୂଚୀ ପ୍ରସ୍ଥୁତ କରାଯାଇଛି । ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳି ସେଠୀ, ଜିଲ୍ଲା ପରିଷଦ ସଭ୍ୟ ରଶ୍ମୀରଞ୍ଜନ ରାଉତ, ନୃସିଂହ ଚରଣ ତ୍ରିପାଠୀ, ସଖୀବଟ ଉନ୍ନୟନ ପରିଷଦର ସମ୍ପାଦକ ଶ୍ରୀଚରଣ ସାମଲ, ବଗଡା ପଂଚାୟତର ସରପଂଚ ସୁବନୀ ସାହୁ, ନାଟ୍ୟ ନିର୍ଦେଶକ ଦିଲ୍ଲିପ କୁମାର ସାହୁ, ରୀତାଞ୍ଜଳୀ ନାଥ, ଗବେଷକ ନିରଞ୍ଜନ ମେକାପ, କପାଳେଶ୍ୱର ପଂଚାୟତର ପୂର୍ବତନ ସରପଂଚ ଗାୟତ୍ରୀ ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟା ଲିଲିତା ଦାସ, ସାବିତ୍ରୀ ମିଶ୍ର, ସରଳା ମହାରଣା, ଦ୍ରୌପଦୀ ରାଉତ ଏବଂ ହବିଷ୍ୟାଳୀ ଗୋପ ଗ୍ରାମର ମା’ ସରସ୍ୱତୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆଶ୍ରମର ନୃସିଂହ ବାବା ସଭା ପରିଚାଳନା କରିଥିଲେ ।

Leave a Reply

Your email address will not be published.