Wednesday , May 31 2023
Breaking News
Home / ତାଜା ଖବର / ଭତ୍ତା ଵାଣ୍ଟୁଥିଵା ଵେଳେ ଜିଆରଏସ ଓ ପିଅନଙ୍କୁ ଚାପଡ ମାଡ, ଅଭିଯୁକ୍ତ ଗିରଫ

ଭତ୍ତା ଵାଣ୍ଟୁଥିଵା ଵେଳେ ଜିଆରଏସ ଓ ପିଅନଙ୍କୁ ଚାପଡ ମାଡ, ଅଭିଯୁକ୍ତ ଗିରଫ

କଟକ ସଦର, ୨୨/୧୦/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କମିଶନରେଟ୍ କନ୍ଦରପୁର ଥାନା ଅନ୍ତର୍ଗତ ପରମହଂସ ପଞ୍ଚାୟତରେ ଭତ୍ତା ଟଙ୍କା ଵଣ୍ଟନ ସମୟରେ ଆଜି (ଶନିବାର ଦିନ) ଜନୈକ ଦୁର୍ବୃତ୍ତ ଗ୍ରାମ ରୋଜଗାର ସେଵକ ଓ ପିଅନଙ୍କୁ ଅତର୍କିତ ଚାପଡ ମାଡ କରିଥିବା ଜଣାପଡିଛି।ପ୍ରକାଶ ଯେ ପଞ୍ଚାୟତ ଅଫିସ୍ ରେ ଜିଆରସ ସନ୍ତୋଷ କୁମାର ପ୍ରଧାନ ଓ ପିଅନ ସୁରେନ୍ଦ୍ର ପଣ୍ଡା ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରୁଥିବା ବେଳେ ରଘୁନାଥ ଦାଶଙ୍କ ପୁଅ ଯୁଧିଷ୍ଠିର ଦାଶ (୩୨) ଅଫିସ୍ ଭିତରେ ପଶି ପାଟିତୁଣ୍ଡ କରିଥିଲେ।ଏହା ପରେ ବ୍ୟାଗ୍ ଭିତରୁ ଏକ ମାରଣାସ୍ତ୍ର (ଚାପଡ) ଵାହାର କରି ଏହି ଦୁଇ ଜଣଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲା। ଏଥିରେ ଦୁଇ ଜଣ ଜାକ ଗୁରୁତର ଆହତ ହୋଇ ହସ୍ପିଟାଲ ଯାଇଥିଲା ଵେଳେ ଭତ୍ତା ହିତାଧିକାରୀଙ୍କୁ ଭୟଭୀତ କରୁଥିବା ବେଳେ ଅଭିଯୁକ୍ତକୁ ଲୋକେ କାଵୁ କରି ପୋଲିସକୁ ଖଵର ଦେଇଥିଲେ। ଅଭିଯୁକ୍ତ ଯୁଧିଷ୍ଠିରକୁ ମାମଲା ନଂ ୧୯୦/୨୦୨୨ ଓ ହତ୍ୟା ଉଦ୍ୟମ ସଙ୍ଗୀନ ଦଫାରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଵିପିନ ଵିହାରୀ ହୋତାଙ୍କ ଠାରୁ ଜଣା ପଡିଛି।ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

Leave a Reply

Your email address will not be published.