ଟାଙ୍ଗି(ଖୋର୍ଦ୍ଧା)୨୨/୧୦/୨୦୨୨(ଓଡ଼ିଶା ସମାଚାର /ଦୀପକ ପ୍ରଧାନ) :ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଶିକ୍ଷା ସର୍କଲ ଅଧିନ ବଡପୋଖରିଆ ନିଗମାନନ୍ଦ ଉଚ୍ଚ ବିଦ୍ୟାଳୟରୁ ଗତକାଲି ବିଳମ୍ବିତ ରାତିରେ ଏକ ବଡ ଧରଣର ଚୋରି ହୋଇଛି। ଦୁବ୍ରୁର୍ତ୍ତମାନେ ତାଲା ଭାଙ୍ଗି ୫ ଟି କଂପୁଟର ଚୋରୀ କରି ନେଇଛନ୍ତି। ହାର୍ଡଡିକ୍ସ , ସିପିୟୁ, ମନିଟର, କି ବୋର୍ଡ ସହ ମାଉସ ଲୁଟ୍ କରିଛନ୍ତି ଦୁବ୍ରୁର୍ତ୍ତମାନେ। ଆଜି ଶନିବାର ସକାଳୁଆ ସ୍କୁଲ ଥିବାରୁ ସାଢେ ୬ ଟା ସ୍କୁଲ ଖୋଲିବାକୁ ଯିବାବେଳେ ତାଲା ଭଂଗା ଯାଇଥିବା ଓ ୫ଟି କଂପୁଟର ଚୋରି ହୋଇଥିବା ସ୍କୁଲ କର୍ତୁପକ୍ଷ ଜାଣିବାକୁ ପାଇଥିଲେ।
ସ୍କୁଲରେ ନାଇଟ ଓ୍ବାଚମ୍ୟାନ ନଥିବା ଓ ନିରାକାରପୁର ପୋଲିସର ଦୁର୍ବଳ ପାଟ୍ରୋଲିଂ ଯୋଗୁ ଏହା ହୋଇଛି ବୋଲି ପ୍ରଧାନ ଶିକ୍ଷକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ସୂଚନାଯୋଗ୍ୟ କି ଚଳିତବର୍ଷ ଉକ୍ତ ସ୍କୁଲ ୫ଟିରେ ଅନ୍ତର୍ଭୁକ୍ତ ହୋଇ ଆଧୁନିକରଣ ହୋଇଥିଲା। ଏ ସଂପର୍କରେ ସ୍କୁଲ ତରଫରୁ ଏକ ଲିଖିତ ଅଭିଯୋଗ ପରେ ନିରାକାରପୁର ପୋଲିସ ଘଟଣାସ୍ଥଳକୁ ଯାଇ ଅନୁସଂଧାନ କରି ତଦନ୍ତ ଜାରି ରଖିଛି।