Wednesday , May 31 2023
Home / ବିଶେଷ / ନରୀ ଭାଇ ଜଣେ ଉଚ୍ଚକୋଟୀର ସଂଗଠକ ଥିଲେ- ଧର୍ମେନ୍ଦ୍ର ପ୍ରଧାନ

ନରୀ ଭାଇ ଜଣେ ଉଚ୍ଚକୋଟୀର ସଂଗଠକ ଥିଲେ- ଧର୍ମେନ୍ଦ୍ର ପ୍ରଧାନ

ବିଜେପି ନେତା ନରେନ୍ଦ୍ରନାଥ ନାୟକଙ୍କ ‘ସ୍ମୃତିସଭା’ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର, ୨୨/୧୦/୨୦୨୨(ଓଡ଼ିଶା ସମାଚାର)- ନରୀ ଭାଇ ଜଣେ ଉଚ୍ଚ କୋଟୀର ସଂଗଠକ ଓ ଦରଦୀ ବ୍ୟକ୍ତି ଥିଲେ ବୋଲି ଶନିବାର ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ଠାରେ ବିଜେପିର ବରିଷ୍ଠ ନେତା ତଥା ଏସସି ମୋର୍ଚ୍ଚାର ପୂର୍ବତନ ରାଜ୍ୟ ଉପସଭାପତି ସ୍ୱର୍ଗତ ନରେନ୍ଦ୍ରନାଥ ନାୟକଙ୍କ ‘ସ୍ମୃତିସଭା’ରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସ୍ୱର୍ଗତ ନାୟକଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଦେବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ସ୍ୱର୍ଗୀୟ ନରୀ ଭାଇ ମୋର ଜଣେ ଅତ୍ୟନ୍ତ ଆତ୍ମୀୟ ବନ୍ଧୁ ଥିଲେ ।  ସଂଘ ପରିବାରର କାର୍ଯ୍ୟକର୍ତ୍ତା ଭାବେ କାମ ଆରମ୍ଭ କରିବା ବେଳେ ତାଙ୍କ ସହ ମୋର ପରିଚୟ ହୋଇଥିଲା ।  ଉଭୟ ମିଶି ରାଜନୀତିରେ କାମ କରିଛୁ । ନରୀ ଭାଇ ଜଣେ ସୁସଙ୍ଗଠକ ଥିଲେ । ପ୍ରଥମେ ଅନ୍ୟକୁ ଓ ପରେ ନିଜକୁ ଦେଖୁଥିଲେ ।

ବିଶେଷ ଭାବରେ ସମାଜର ବଞ୍ଚିତ, ଅସହାୟ ଓ ଗରିବ ଲୋକମାନଙ୍କର ପ୍ରତିନିଧିତ୍ୱ କରିବାରେ ତାଙ୍କର ଅବଦାନ ଚିର ସ୍ମରଣୀୟ ହୋଇ ରହିବ । ସମାଜସେବା ଦିଗରେ ତାଙ୍କର ଉତ୍ସର୍ଗୀକୃତ ମନୋଭାବ କାର୍ଯ୍ୟକର୍ତ୍ତାଙ୍କୁ ସର୍ବଦା ପ୍ରେରିତ କରିବ । ତାଙ୍କ ନୀତି ଓ ଆଦର୍ଶ କିପରି ବଞ୍ଚି ରହିବ ସେଥିପ୍ରତି ଆମେ ସର୍ବଦା ଚେଷ୍ଟିତ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି ।

Leave a Reply

Your email address will not be published.