Wednesday , May 31 2023
Home / ବିଶେଷ / ଦୁଇଟି ପ୍ରମୁଖ ବ୍ୟାଙ୍କ୍ ନିର୍ବାଚନ: ଜଣେ ପ୍ରଫୁଲ୍ଲ ହରଷ,ଜଣେ ପ୍ରଫୁଲ୍ଲ ନିରାଶ

ଦୁଇଟି ପ୍ରମୁଖ ବ୍ୟାଙ୍କ୍ ନିର୍ବାଚନ: ଜଣେ ପ୍ରଫୁଲ୍ଲ ହରଷ,ଜଣେ ପ୍ରଫୁଲ୍ଲ ନିରାଶ

କଟକ ସଦର, ୨୨/୧୦/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକର ଦୁଇଟି ପ୍ରମୁଖ ବ୍ୟାଙ୍କ୍ ନିର୍ବାଚନ ଇତିମଧ୍ୟରେ ଶେଷ ହୋଇଯାଇଛି। ଏଥିରେ କଟକ ସଦର ଅଞ୍ଚଳର ଜଣେ ପ୍ରଫୁଲ୍ଲ ହରଷ ହୋଇଥିଲା ବେଳେ ଆଉ ଜଣେ ପ୍ରଫୁଲ୍ଲ ନିରାଶ ସୋଇଥିବା ଚର୍ଚ୍ଚା ଯୋର ଧରିଛି। ପ୍ରକାଶ ଯେ କଟକ ଅର୍ବାନ ବ୍ୟାଙ୍କ ସଭାପତି ନିର୍ବାଚରେ ବିଜେଡିର ବହୁ ତୁଙ୍ଗ ନେତାଙ୍କୁ ପଛରେ ପକାଇ ପ୍ରଫୁଲ୍ଲ ମହାପାତ୍ର ପଦବୀ ଅନାୟସରେ ହାତେଇ ନେଇଥିବା ଵେଳେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ନିର୍ବାଚନରେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ, ଗତିରାଉତପାଟଣା କୃଷକ ସେଵା ସମଵାୟ ସମିତିର ସାଧାରଣ ପରିଷଦ ସଭ୍ୟ ତଥା ରାଜ୍ୟ ବିଜେଡି ଉପସଭାପତି ଦେଵୀ ମିଶ୍ରଙ୍କ ଏକାନ୍ତ ଅନୁଗତ ପ୍ରଫୁଲ୍ଲ ସିଂହ ନିରାଶ ହୋଇଛନ୍ତି। ଶ୍ରୀ ସିଂହଙ୍କୁ ସଭାପତି କରାଯିଵାକୁ ପ୍ରତିଶ୍ରୁତି ଦିଆ ଯାଇ ଶେଷ ମୁହୁର୍ତ୍ତରେ ଏଥିରୁ ଓହରାଇ ଦିଆ ଯାଇଥିଵାକୁ ନେଇ ସାଧାରଣରେ ନା ନା ପ୍ରଶ୍ନ ଉଙ୍କି ମାରୁଛି। ଏହି ପଦବୀ ପାଇଁ ବିଜେଡି ପକ୍ଷରୁ ପର୍ଯ୍ୟବେକ୍ଷକ ଥିବା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଗୋଟି ଚାଳନା ଯୋଗୁ ୧୪ ଜଣ ପରିଷଦ ସଭ୍ୟ/ ସଭ୍ୟା ଅପ୍ରତିଦ୍ଵନ୍ଦୀ ଭାବେ ଏବଂ ସଭାପତି ଭାଵେ ସେହି ମାହାଙ୍ଗାର ପ୍ରଭାତ ଚନ୍ଦ୍ର କାନୁନଗୋ ନିର୍ବାଚିତ ହେବା ପୂର୍ବାନୁମାନକୁ ସତ ପ୍ରମାଣିତ କରିଛି।

Leave a Reply

Your email address will not be published.