Saturday , June 10 2023
Breaking News
Home / ବିଶେଷ / ଟ୍ରେନରେ କଟି ଜଣେ  ମୃତ

ଟ୍ରେନରେ କଟି ଜଣେ  ମୃତ

 ନିରାକାରପୁର, ୨୨/୧୦/୨୦୨୨(ଓଡ଼ିଶା ସମାଚାର)- ଖୋର୍ଦ୍ଧା ରେଳ ଡିଭିଜନ ଗୋଳବାଇ- ନିରାକାରପୁର ରେଳଷ୍ଟେସନ ମଧ୍ୟରେ ଷଠିପଦର ନିକଟରେ ଟ୍ରେନରେ କଟି ଜଣଙ୍କର ମୃତ୍ୟୁ।ମୃତକ ଜଣଙ୍କ ନିରାକାରପୁର ଥାନା ଅନ୍ତର୍ଗତ ଯାଜପୁର ଗ୍ରାମର ବଳରାମ ଦାଶ। ବଳରାମ କିଛିଦିନ ପୂର୍ବରୁ ଘରୁ କେଉଁ ଆଡେ ପଳାଇଥିଲେ ।।ଏ ସଂମ୍ପର୍କରେ ବଳରାମ ପରିବାର ପକ୍ଷରୁ ଏକ ଅଭିଯୋଗ ହୋଇଥିଲା।ଘଟଣାରୁ ଜଣାପଡିଛି ଆଜି ବଳରାମ ରାଜ୍ୟରାଣୀ ଏକ୍ସପ୍ରେସ ରେ ଝାରସୁଗୁଡା ରୁ ନିରାକାରପୁର ଆସୁଥିବା ବେଳେ ଟ୍ରେନରୁ ଖସିପଡିଥିଲେ।ତାଙ୍କର ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ବେଳେ ହାତରେ ଟ୍ରେନ ଚକା ଚଡଢି ଯାଇଥିଲା । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବରପାଇ ରେଳବାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ଖୋର୍ଦ୍ଧା ମେଡ଼ିକାଲ କୁ ପଠାଇ ତଦନ୍ତ ଜାରି ରଖିଥିବା ଜଣାପଡିଛି।।

Leave a Reply

Your email address will not be published.